ଭୁଜାଲି ଆକ୍ରମଣ ରେ ଛେଳି ଚରାଳି ଙ୍କ ମୃତ୍ୟୁ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମରେ ଦଶହରା ଦିନ ଏକ ଅଭାବନୀୟ ଘଟଣା ଘଟିଛି । ଛେଳି ସହ ମୋଟର ସାଇକଲ ଧକ୍କାକୁ କେନ୍ଦ୍ରକରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତକଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ଅସ୍ତରଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଥିବାବେଳେ । ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପାଟସୁନ୍ଦର ଗ୍ରାମର ଶରତ ଦାସଙ୍କ ପୁଅ କାଳିଆ ଦାଶ ମୋଟରସାଇକଲ ରେ ଯାଉଥିବା ବେଳେ ସେହିଗ୍ରାମର ଅକ୍ଷୟ ଦାଶ ଙ୍କ ପତ୍ନୀ କନକ ଛେଳି ଚରାଇବାକୁ ଯିବା ସମୟରେ ଛେଳି ସହ ମୋଟର ସାଇକଲ ଧକ୍କାକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା ପରେ ଗଣ୍ଡଗୋଳ ଗୁରୁତର ହୋଇଥିଲା । ଶରତ ଦାଶ ତାଙ୍କ ପୁଅ କାଳିଆଙ୍କ ସହ ତାଙ୍କ ପରିବାରର ଚାରିଜଣ ସଦସ୍ୟ ମିଳିତ ଭାବେ କନକ ଓ ତାଙ୍କ ସ୍ବାମୀ ଅକ୍ଷୟ ଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଗାଁ ଲୋକେ ଅକ୍ଷୟ ଓ ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଅସ୍ତରଙ୍ଗ ମେଡିକାଲରେ ଭର୍ତି କରିବା ପରେ ଡାକ୍ତର ଅକ୍ଷୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜଣାମୂଳକ ସ୍ଥିତି ଥିବା ବେଳେ ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଆସାମୀ ମାନେ ଫେରାର ହୋଇଯାଇଛନ୍ତି ।ଅସ୍ତରଙ୍ଗ ପଟସୁନ୍ଦରପୁରେ ଛେଳିକୁ ବାଇକ ଧକ୍କା ଦେବା ଘଟଣାକୁ ନେଇ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଆଜି ପୁରୀ ଆଡ଼ିସିନାଲ ଏସ ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଂଚି ମୃତକ ଅକ୍ଷୟ ଦାସଙ୍କ ପତ୍ନୀ ଓ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରିଛନ୍ତି । ତେବେ ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।


