ଭୁଜାଲି ଦେଖାଇ ଘର ଲୁଟିନେଲେ ଦୁର୍ବୃତ୍ତ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ କୋଇଲଖା ରାସ୍ତା ପାର୍ଶ୍ବ ଘରୁ ରବିବାର ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତ ଜୟଚନ୍ଦ୍ର ରାୟଙ୍କ ଘରେ ଭଡାରେ ରହୁଥିବା ମାଧୁରୀ ପରିଡା ନାମକ ଜଣେ ଶିକ୍ଷୟିତ୍ରୀଙ୍କ କୋଠରୀରେ ପଶି ଭୁଜାଲି ଦେଖାଇ ଏକ ସୁନା ଚେନ, ସୁନା କାନଫୁଲ ୩ ହଳ ନଗଦ ୨୨ ହଜାର ଟଙ୍କା ଲୁଟ କରିବାରେ ସକ୍ଷମ ହୋଇଥିଲେ । ଜୟଚନ୍ଦ୍ରଙ୍କ ମିନର୍ଭା ପ୍ରିୟ ଦର୍ଶନୀ ରାୟ କବାଟ ଖୋଲା ଥିବା ଜାଣି ପଡୋଶୀଙ୍କ ସମେତ ଆରଡି ଫାଣ୍ଡି ପୋଲିସକୁ ଫୋନ କରିଥିଲେ । ପୋଲିସ ପହଞ୍ଚିଲା ବେଳକୁ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିଲେ । ସୋମବାର ଅପରାହ୍ଣରେ ଭଦ୍ରକ ସାଇଣ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସହ ଆସି ଚୋରୀ ତଦନ୍ତ କରି ଫେରିଛନ୍ତି । ମାଧୁରୀ ପରିଡାଙ୍କ ଏତାଲା ମୂଳେ ଧୂଷୁରୀ ଥାନାରେ ଏ ସଂକ୍ରାନ୍ତରେ କେଶ୍ ନଂ – ୨୫୯/ ୨୨ ରେ ଏକ ମାମଲା ରୁଜ୍ଜୁ ହୋଇଛି । ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ମଲ୍ଲ ଚୋରୀର ତଦନ୍ତ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ