ବିଜେଡି କାର୍ଯ୍ଯାଳୟରେ ସ୍ବାଧୀନତା ଦିବସ ପାଳନ

ବୁଗୁଡା,(ଅନିଲ କୁମାର ମହାରଣା):୭୫ ତମ ଅମୃତ ମହୋତ୍ସବ ବର୍ଷ ପୂର୍ତ୍ତି ଅବସରରେ ବୁଗୁଡା ବିଜେଡି କାର୍ଯ୍ଯାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ବୁଗୁଡା ନଗର ସଭାପତି କେ.ତ୍ରିଲୋଚନ ଦୋରାଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ବିଜେଡି ବ୍ଳକ ସଭାପତି ମଦନ ଗୋପାଳ ଦୋରା ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍ଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ବ୍ଳକ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ,ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବିଧାୟକ ପ୍ରତିନିଧି ଚନ୍ଦନ ଚର୍ଚିତ ପାତ୍ର, ନଗର କାର୍ଯ୍ଯକାରୀ ସଭାପତି ବିଚିତ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, କେ.ନିଳମାଧବ ଆଚାରୀ, ହରପ୍ରସାଦ ମହାପାତ୍ର, ଏସ୍ ସମୀର ପାତ୍ର, କବିରାଜ ଗୌଡଙ୍କ ସମେତ ସମସ୍ତ କାଉନସିଲର, ସରପଞ୍ଚ, ସମିତି ମେମ୍ବର ଓ ବିଜେଡି କର୍ମୀ ଓ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ ଅବିସ୍ମରଣୀୟ ଅଟେ। ଦେଶ ସ୍ୱାଧୀନତା ପାଇଁ ସେମାନେ ସହୀଦ ହେବା ସହ କାରାଦଣ୍ଡ ଭୋଗୀଥିଲେ। ଆଜିର ପବିତ୍ର ଦିବସରେ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ନିଜନିଜ କର୍ତ୍ତବ୍ୟରେ ଜଡିତ ହେବାକୁ ବକ୍ତାମାନେ ମତ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ