ଭୁବନେଶ୍ୱର ମହାନଗର ନିଗମ ଉତ୍ତର ମଣ୍ଡଳର ସବୁଜ ଅଭିଯାନ ‘ଗୋ ଗ୍ରୀନ୍‌’

ଭୁବନେଶ୍ୱର: ‘ସୁସ୍ଥ ପରିବେଶ, ସୁସ୍ଥ ଜୀବନ’ ହେଉଛି ବର୍ତ୍ତମାନ ସମାଜର ମୂଳ ଲକ୍ଷ୍ୟ । ବିଶ୍ୱରେ ପରିବେଶ ପ୍ରଦୂଷଣ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି ଯାହା ସମସ୍ତ ମାନବ ସମାଜ ପାଇଁ ଚିନ୍ତାର କାରଣ । ସେଥି ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ଉତ୍ତର ମଣ୍ଡଳ ତରଫରୁ ନୂଆ ବର୍ଷ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଡ଼ିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଆବାସିକ କଲ୍ୟାଣ ସଂଘ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ଜନତା ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମ ଉତ୍ତର ମଣ୍ଡଳର ଉପ ଅୟୁକ୍ତ ଡ଼କ୍ଟର ପ୍ରମୋଦ କୁମାର ପୃଷ୍ଟି ଯୋଗ ଦେଇ ପରିବେଶ ସଚେତନତା ସମ୍ବନ୍ଧୀୟ ଆଲୋଚନା କରିବା ସହିତ ବ୍ୟାପକ ବୃକ୍ଷରୋପଣ, ପଲିଥିନ୍ ବର୍ଜନ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ବୃକ୍ଷରୋପଣ ନିମନ୍ତେ ବିନା ମୂଲ୍ୟରେ ଚାରା ବଣ୍ଟନ, ପଲିଥିନ୍‌ର ବିକଳ୍ପ ଭାବେ କପଡ଼ା ବ୍ୟାଗ ବଣ୍ଟନ କରାଯାଇଥିଲା । କପଡ଼ା ବ୍ୟାଗ ନେଉଥିବା ବ୍ୟକ୍ତିମାନେ ପଲିଥିନ୍ ବ୍ୟବହାର ନ କରିବା ପାଇଁ ଶପଥ ନେଇଥିଲେ । ଶେଷରେ ଉପସ୍ଥିତ ଜନସାଧାରଣଙ୍କୁ ପୁସ୍ତକ ମଧ୍ୟ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ