ମାଣିତରା ଅଙ୍ଗନାବାଡି କେନ୍ଦ୍ର ୧ ରେ ଛତୁଆ ଓ ବହି ବଣ୍ଟନ
ବୁଗୁଡା -ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ଅଙ୍ଗନାବାଡି କେନ୍ଦ୍ର ୧ ରେ ଛତୁଆ, ବାଦାମ ଓ ଅଣ୍ଡା ବଣ୍ଟନ ସହ କେନ୍ଦ୍ରର ଶିଶୁ ମାନଙ୍କୁ ” ଆସ ଶିଖିବା ଅଆଇ” ବହି ବଣ୍ଟନ କରାଯାଇଥିଲା। କେନ୍ଦ୍ର ୧ ର କର୍ମୀ ଆରତୀ କୁମାରୀ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଟିତ କାର୍ୟ୍ୟକ୍ରମରେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା,ମାଣିତରା ଗ୍ରାମ୍ୟ କମିଟି ସଭାପତି ମହେଶ୍ୱର ପୋଲାଇ ଓ ଅଭିଭାବକ ଅନିଲ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ଅଭିଭାବକ ମାନଙ୍କୁ ଛତୁଆ,ବାଦାମ ଖଜା ବଣ୍ଟନ କରିଥିଲେ। ଗର୍ଭବତୀ ମହିଳା ମାନେ ସିଝା ଅଣ୍ଡା ଏହି କେନ୍ଦ୍ରରେ ଖାଇଥିଲେ। ଏହି ଅବସରରେ ଅନିଲ କୁମାର ମହାରଣାଙ୍କ ଦ୍ୱାରା ଲିଖିତ ପୁସ୍ତକ ” ଆସ ଶିଖିବା ଅ ଆ ଇ” କେନ୍ଦ୍ରର ଶିଶୁମାନଙ୍କୁ ମାଗଣା ବଣ୍ଟନ କରାଯାଇଥିଲା ।


