ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ତାରିଖ ୨୧-୦୩-୨୦୨୨/ସୋମବାର

୧-ବାପା, ମାଆ ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତିରେ ପୁଅମାନଙ୍କର କୌଣସି ଅଧିକାର ନାହିଁ: ବମ୍ବେ ହାଇକୋର୍ଟ ।

୨-ଫିଲ୍ମ ଦ କାଶ୍ମୀରକୁ ନେଇ ପୁଣି ପ୍ରତିକ୍ରିୟା ରଖିଲେ ଓମାର ଅବଦୁଲ୍ଲା । କହିଲେ, ଫିଲ୍ମକୁ ନେଇ କହିବିିନି କିଛି ବି କଥା ।
୩-ମଣିପୁର ମୁଖ୍ୟମନ୍ତ୍ରୀ ପଦରେ ବସିବେ ଏନ୍.ବୀରେନ ସିଂହ: ସର୍ବସମ୍ମତିରେ ହେଲେ ନେତା ନିର୍ବାଚିତ .

୪-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‍ ମୋରିସନ୍‍ଙ୍କ ମଧ୍ୟରେ ଦ୍ୱିତୀୟ ଭାରତ ଅଷ୍ଟ୍ରେଲିଆ ଭର୍ଚୁଆଲ୍‍ ସମ୍ମିଳନୀ ଆଜି ଅନୁଷ୍ଠିତ ହେବ।

୫-ହିଜାବ ମାମଲାର ବିଚାରକଙ୍କୁ ୱାଇ ସୁରକ୍ଷା: ଜୀବନରୁ ମାରିଦେବାକୁ ମିଲିଥିଲା ଧମକ।

୬-ପାଠ୍ୟକ୍ରମରେ ଯୋଡ଼ା ହେବ ଭଗବଦ୍ ଗୀତା: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ।

୭-୨୫ ଦିନରେ ୟୁକ୍ରେନ ଯୁଦ୍ଧ, ମାରିଉପୋଲ ସହରରେ ରୁଷୀୟ ଟ୍ୟାଙ୍କ୍, ସହରକୁ ବିଦ୍ୟୁତ, ଜଳ ଓ ଗ୍ୟାସ ଯୋଗାଣ ବନ୍ଦ

୮-ପିଚୁ କଡ଼େଇରେ ପଡ଼ି ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରୁ ଏହି ଦୁଃଖଦ ଖବର ଆସିଛି । ଜିଲ୍ଲାର ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ଏପରି ଅଘଟଣ ସାମ୍ନାକୁ ଆସିଛି । ତେବେ ଗ୍ରାମବାସୀମାନେ ଉକ୍ତ ଶିଶୁମାନଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଥିବା ଜଣାପଡ଼ିଛି ।

୯-ତତଲା ତାୱାରେ ଟିଟିଲାଗଡ଼; ତାପମାତ୍ରା ୪୦ ଡିଗ୍ରି ଉପରେ, ଆଗକୁ ସ୍ଥିତି ଆହୁରି ସଙ୍ଗିନ୍‌ ହେବ ।

୧୦-ମାନସ ସ୍ୱାଇଁ ହତ୍ୟା ଘଟଣା: ହାର୍ଡ ଡିସ୍କ ଜବତ ପରେ ବଡ଼ବଡ଼ିଆ ଛାନିଆ ।

୧୧-ନିର୍ବାଚନରେ ଘର ସାଜିଛି ପ୍ରମୁଖ ପ୍ରସଙ୍ଗ: ଜାଗା ମିସନ୍‌ ବନାମ ପ୍ରଧାନମନ୍ତ୍ରୀ ଆବାସ।

୧୨-ହୋଲି ବେ‌ଳେ ଖରସ୍ରୋତାରେ ବୁଡ଼ିଗଲେ ୬ ସାଙ୍ଗ; ୪୨ ଘଣ୍ଟା ପରେ ମିଳିଲା ସମସ୍ତଙ୍କ ମୃତଦେହ, ବଂଶଶୂନ୍ୟ ହୋଇଗଲା ୪ ପରିବାର ।

୧୩-ଶ୍ରୀଲଙ୍କା​ରେ‌ ଆର୍ଥିକ ସଙ୍କଟ : କାଗଜ ଅଭାବରୁ ସ୍କୁଲ ପରୀକ୍ଷା ସ୍ଥଗିତ ।

୧୪-କରୋନା ଟିକା କୋଭିସିଲ୍ଡର ପ୍ରଥମ ଓ ଦ୍ବିତୀୟ ଡୋଜ୍ (ପାନ) ମଧ୍ୟରେ ରହୁଥିବା ସମୟ ବ୍ୟବଧାନକୁ ହ୍ରାସ କରାଯାଇଛି। କରୋନା ଟିକାକରଣ ସମ୍ପର୍କିତ ସର୍ବୋଚ୍ଚ କମିଟି ଏନଟିଏଜିଆଇ ନିଷ୍ପତ୍ତି ଅନୁଯାୟୀ କୋଭିସିଲ୍ଡ ପ୍ରଥମ ପାନ ଟିକା ନେବାର ୮ରୁ ୧୬ ସପ୍ତାହ ମଧ୍ୟରେ ଦ୍ବିତୀୟ ପାନ ନିଆଯାଇପାରିବ।

୧୫-ଆସନ୍ତା ୨୫ ତାରିଖରେ ଯୋଗୀ ଆଦିତ୍ୟନାଥ ଦ୍ବିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଯୋଗୀଙ୍କୁ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ କେନ୍ଦ୍ରୀୟ ନେତା ନିଷ୍ପତ୍ତି ନେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ