ଭୁବନେଶ୍ୱର ରୁ ଚାଲି ଚାଲି ନିଜ ଗାଁ କୁ ଫେରୁଛନ୍ତି ଇନ୍ଦ୍ରଗଡ଼ ଅଞ୍ଚଳର ଦାଦନ ଶ୍ରମିକ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କରୋନା ଭୂତାଣୁ କୁ ନେଇ ସରକାର ସାରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି। ବର୍ତ୍ତମାନ ପରିସ୍ଥିତି ଏପରି ସୃଷ୍ଟି ହୋଇଛି ଯେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।ସମସ୍ତେ ଘରେ ରହିବାକୁ ପ୍ରଶାସନ ଓ ପୋଲିସ ତରଫରୁ ପରାମର୍ଶ ଦିଆଯାଇଛି।ହେଲେ ଯେଉଁମାନେ ରୋଜଗାର ଆଶାରେ ନିଜ ଘର ଦ୍ଵାର ଛାଡ଼ି ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ଦାଦନ ଖଟିବାକୁ ଯାଇଛନ୍ତି।ସେହି ଶ୍ରମିକ ମାନଙ୍କ ଅବସ୍ଥା ବର୍ତ୍ତମାନ କହିଲେ ନସରେ।କାରଣ କାମ ବନ୍ଦ ହୋଇଯାଇଛି ଓ ଭୋକ ଉପାଶରେ ଛଟପଟ ହୋଇ ସେମାନେ ବାଧ୍ୟ ହୋଇ ନିଜ ଗ୍ରାମକୁ ଫେରିବାକୁ ବାଧ୍ୟ ହେଉଛନ୍ତି।କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗଡ଼ ଅଞ୍ଚଳର କିଛି ଦାଦନ ଶ୍ରମିକ ଭୁବନେଶ୍ୱର ରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ରାଜ୍ୟରେ ଲକ ଡାଉନ ଘୋଷଣା ହେବା ପରେ ସବୁ କିଛି ବନ୍ଦ ହୋଇଗଲା। ସେମାନେ ଆଉ ଖାଇବାକୁ ନପାଇ ସେଥିମଧ୍ୟରୁ ୩ଜଣ ଯୁବକ ନିଜ ନିଜର ଜିନିଷପତ୍ର ଧରି ନିଜ ଗ୍ରାମକୁ ଫେରିବାକୁ ମନସ୍ଥ କରି ଗତ ୨୯ ତାରିଖରୁ ଭୁବନେଶ୍ୱର ରୁ ବାହାରିଥିଲେ।ହେଲେ ସବୁ ଆଡେ ବସ କିମ୍ବା କୌଣସି ଗାଡ଼ି ମଟର ଚଳାଚଳ ବନ୍ଦ ଥିବାରୁ ହୋଇଯାଇ ଥିବାରୁ ବାଧ୍ୟ ହୋଇ ୨୨୦ କିଲୋମିଟର ବାଟ ଚାଲି ଚାଲି ଇନ୍ଦ୍ରଗଡ଼ ଯିବାକୁ ବାହାରିଥିଲେ । ୨ ଦିନ ଚାଲି ଚାଲି ଆସିବା ପରେ ଆଜି ସେମାନେ ଆସି ମଧ୍ୟାହ୍ନରେ ଭଞ୍ଜନଗର ନିକଟସ୍ଥ ଯୋଗୀମାରି ଗ୍ରାମ ଠାରେ ପହଞ୍ଚିଥିଲେ ସେଠାରେ ଗ୍ରାମର କିଛି ଯୁବକ ଙ୍କ ସହ ନିଲୁ ବିଷୋୟୀ ସେମାନଙ୍କୁ ପାଣି ଓ ବିସ୍କୁଟ ଖାଇବାକୁ ଦେବା ସହ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କ କଥା ପଚାରିବୁଝିଥିଲେ ।ଅପରପକ୍ଷରେ ଖରା ପ୍ରବଳ ମାତ୍ରାରେ ହେଉଥିବାରୁ ଏଠାରୁ ଆହୁରି ଇନ୍ଦ୍ରଗଡ଼ ୩୫-୪୦ କିଲୋମିଟର ହୋଇ ଥିବାରୁ ସେମାନଙ୍କୁ ଚାଲି ଚାଲି ଯିବାକୁ ପଡ଼ିବ। ବର୍ତ୍ତମାନ ର ଏଭଳି ଜନଜୀବନ ଅସ୍ତବ୍ୟସ୍ତ ସ୍ଥିତିରେ ଗରୀବ,ଖଟିଖିଆ ଓ ଦିନ ମଜୁରିଆମାନଙ୍କ ଦୁଃଖ କଷ୍ଟ ବୁଝୁଛି କିଏ।ବୋଲି ସେମାନେ ଆମ ନିକଟରେ ଅତି କୋହଭରା କଣ୍ଠ ରେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ