ଭୁଲ୍ କଲେ ବି ଖୁବ୍ ସୁନ୍ଦର ଲାଗନ୍ତି କରିନା: ଅକ୍ଷୟ
ବଲିଉଡ୍ ବେବା କରିନା କପୁର ଖାଁ ଓ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଯୋଡିଙ୍କୁ ପୁଣିଥରେ ଦେଖିବାକୁ ମିଳିବ । ଫିଲ୍ମ “ଗୁଡ୍ ନ୍ୟୁଜ’ରେ ଆସିବେ ଏହି ଯୋଡି । ପୂର୍ବରୁ ମଧ୍ୟ ଏହିଯୋଡି “ଏତରାଜ’, “ଅଜନବି’,”ଟସନ’ ଆଦି ଫିଲ୍ମରେ ଆସି ଦର୍ଶକଙ୍କ ଦିଲ୍ ଜିତିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଅକ୍ଷୟ ନିଜ ଅପ୍ କମିଙ୍ଗ ଫିଲ୍ମ ବିଷୟରେ ଆଲୋଚନା କରିବା ସହ କରିନାଙ୍କ ବିଷୟରେ ମଧ୍ୟ ମନ ଖୋଲି କଥା ହୋଇଛନ୍ତି । ସେ କହିଛନ୍ତି କରିନାଙ୍କ ସହ କାମ କରିବା ଅର୍ଥ ପିକନିକ୍ କରିବା ସହ ସମାନ । ଆଉ ଯଦିଓ ସେ କେବେ ଭୁଲ୍ କରିଦିଅନ୍ତି ତା’ପରେ ସେ ଅଧିକ ସୁନ୍ଦର ଲାଗନ୍ତି ।