ଭୁଲ ଭୁଲେୟାଁ-୨ର ସୁଟିଂ ଆରମ୍ଭ
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ଚଳଚ୍ଚିତ୍ର ଅଭିନେତା କାର୍ତିକ ଆର୍ୟନ ଏବଂ ତବୁ ପୁଣି ଥରେ ସେମାନଙ୍କର ଆଗାମୀ ଚଳଚିତ୍ର ଭୁଲ ଭୁଲେୟାଁ -୨ ପାଇଁ ସୁଟିଂ ଆରମ୍ଭ କରିଛନ୍ତି । କାର୍ତିକ ଆର୍ୟନ ନିଜେ ସୋସିଆଲ ମିଡ଼ିଆରେ ନିଜ ଏବଂ ତବୁଙ୍କ ଫଟୋ ସେୟାର କରି ପ୍ରଶଂସକ ମାନଙ୍କୁ ଏହି ସୂଚନା ଦେଇଛନ୍ତି । ଖବର ଅନୁଯାୟୀ କାର୍ତିକ ବର୍ତମାନ ଫିଲ୍ମର ତୃତୀୟ ସିଡ୍ୟୁଲ ପାଇଁ ସୁଟିଂ କରୁଛନ୍ତି । ଏହା ପୂର୍ବରୁ ସେ ଫିଲ୍ମର ଦୁଇଟି ସିଡ୍ୟୁଲ ପାଇଁ ସୁଟିଂ ଶେଷ କରିଛନ୍ତି ।
ଆନିସ୍ ବାଜମିଙ୍କ ଦ୍ୱାରା ନିର୍ଦ୍ଦେଶିତ ଭୁଲ ଭୁଲେୟା ୨ କାର୍ତିକଙ୍କ ସହ ମୁଖ୍ୟ ଭୂମିକାରେ କିଆରା ଆଡଭାନୀ ଅଭିନୟ କରୁଛନ୍ତି । ଏହି ଚଳଚ୍ରିତରେ ତବୁ ଏବଂ ରାଜପାଲ ଯାଦବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚିତ୍ର ନିର୍ମାଣ କରୁଛନ୍ତି ଭୂଷଣ କୁମାର, ମୁରାଦ ଖତୋନି ଏବଂ କୃଷ୍ଣ କୁମାର । ଗତ ବର୍ଷ ଜୁଲାଇରେ ଏହି ଫିଲ୍ମ ରିଲିଜ୍ ହେବାର ଥିଲା, କିନ୍ତୁ ଦେଶରେ କରୋନା ମହାମାରୀ ବ୍ୟାପିବା ଯୋଗୁ ଫିଲ୍ମର ସୁଟିଂ ଠିକ୍ ସମୟରେ ଶେଷ ହୋଇପାରିନଥିଲା, ଯେଉଁ କାରଣରୁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା ।


