ଭୁଶୁଡ଼ି ପଡ଼ିଲା ବିଦ୍ୟାଳୟ ପାଚେରୀ , ଭାସିଗଲା କଲଭର୍ଟ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଅର୍ଣ୍ଣବ ବାତ୍ୟା ଜନିତ ପବନ ଓ ଲଗାଣ ବର୍ଷା ପ୍ରଭାବରେ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରାୟ ୬୦ ଫୁଟ ଲମ୍ବା ବିଶିଷ୍ଟ ପାଚେରୀ ଭୁଶୁଡ଼ି ପଡ଼ିଛି।ନିକଟସ୍ଥ ପାହାଡ଼ ରୁ ପ୍ରାୟ ୮ ଫୁଟ ଉଚ୍ଚ ରେ ବର୍ଷାଜଳ ପ୍ରଖର ସ୍ରୋତ ବିଦ୍ୟାଳୟ ଭିତରେ ପଶିଯିବା କାରଣରୁ ପାଚେରୀ ଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।ସେହିପରି ବିଦ୍ୟାଳୟ ପରିସରରେ ବହୁ ବର୍ଷ ହେଲା ଥିବା ପ୍ରାୟ ୫ ଟି ଶାଗୁଆନ ଗଛ ଉପୁଡ଼ି ଯାଇଥିବା ବିଦ୍ୟାଳୟ ଅଧ୍ୟକ୍ଷ ଇ.ପ୍ରଦୀପ କୁମାର ପାତ୍ର ଜଣାଇଛନ୍ତି।ଏହି ପ୍ରାକୃତିକ ବିପର୍ଯ୍ୟୟ ରେ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଜଣାପଡିଛି।ସେହିପରି ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପ୍ରାଥମିକ ବିଦ୍ୟାଳୟର ପାଚେରୀ, ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ ର ଗ୍ରାମୀଣ ପାର୍କ ର ପାଚେରୀ କଡ଼ରେ ବର୍ଷା ପାଣି ପ୍ରବାହିତ କାରଣରୁ ଭୁଶୁଡ଼ି ପଡ଼ିଥିବା ଖବର ମିଳିଛି।ମଥୁରା ଗ୍ରାମ ନିକଟ ଶ୍ରୀ ହନୁମାନ ଗୁମ୍ଫା ନିକଟ କଲଭର୍ଟ, ନିମଖଣ୍ଡି ଗ୍ରାମକୁ ସଂଯୋଗ କରୁଥିବା କଲଭର୍ଟ ଆପ୍ରୋଚ ରୋଡ଼ ପ୍ରଖର ପାଣି ସ୍ରୋତ ରେ ଭାସି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ