ଭୂତ କୋଠରୀରେ କିଛି ଘଣ୍ଟା ବିତାଇଲେ ମିଳିବ ୧୪ ଲକ୍ଷ ଟଙ୍କା
ବିଶ୍ୱରେ ଅନେକ ପ୍ରକାର ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରେ କେହି ଭୂତପ୍ରେତ ଉପରେ ବିଶ୍ୱାସ କରୁଥିଲାବେଳେ ଆଉ କେହି ଏହାକୁ ମନଗଢ଼ା କାହାଣୀ କହି ଏଡ଼ାଇ ଯାଆନ୍ତି । ଆମେରିକାର ଟେନେସି ସହରରେ ଏମିତି ଏକ ଭୂତ କୋଠରୀ ଅଛି, ଯେଉଁଠିକି ଗଲେ ଆପଣ ଲକ୍ଷପତି ହୋଇଯିବେ । ସମରଟାଉନରେ ଥିବା ଏହି ଭୂତ କୋଠରୀରେ ବିନା ଭୟରେ ୧୦ ଘଣ୍ଟା ବିତାଇଲେ ଆପଣଙ୍କୁ ୧୪ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ଏହି ଭୟଙ୍କର ଭୂତ କୋଠରୀର ନାଁ ହେଉଛି ମେକ ମି ମ୍ୟାନରୟ ଏହି କୋଠରୀର ମାଲିକ ଦାବି କରନ୍ତି ଯେ ବିନା ଭୟରେ ୧୦ ଘଣ୍ଟା ଏହା ମଧ୍ୟରେ ବିତାଇବା ଅସମ୍ଭବ । କୌଣସି ବ୍ୟକ୍ତି ଯଦି ବିନା ଭୟରେ ସାହସର ସହ ୧୦ ଘଣ୍ଟା ଏଠାରେ ରହନ୍ତି, ତାଙ୍କୁ ୧୪ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବ । ଏହି କୋଠରୀର ଭିତରକୁ ପ୍ରବେଶ କରିବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କୁ ୪୦ ପେଜର ଏକ ଚୁକ୍ତି ସ୍ୱାକ୍ଷର କରିବାକୁ ପଡ଼ିଥାଏ । ଏଥିସହ ସେମାନଙ୍କ ବୟସ ୨୧ ବର୍ଷରୁ କମ୍ ହୋଇ ନ ଥିବା ଆବଶ୍ୟକୟ କୋଠରୀ ଭିତରକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ସମସ୍ତ ମେଡିକାଲ ପ୍ରମାଣ ପତ୍ର ଦାଖଲ କରିବାକୁ ହୋଇଥାଏ ।