ଭୋଗରାଇ ଶାଖାରେ ଦୁର୍ନୀତିଗ୍ରସ୍ତ ମ୍ୟାନେଜରଙ୍କ ନିଯୁକ୍ତିର ପ୍ରତିବାଦ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ (ବିବିସିସି)ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳକଙ୍କ ମନୋମୁଖୀ କାର୍ଯ୍ୟକଳାପ ବିରୋଧରେ କିଛି ୪ଜଣ ନିର୍ଦ୍ଦେଶକ ଧାରଣାରେ ବସିଥିଲେ । ଆଶିଷ ପାତ୍ର, ଦେବ କୁମାର ଦେ, ଅନୀତା ଭୂୟାଁ, ନବ କିଶୋର ସେଠୀ ପ୍ରମୁଖ ବ୍ୟାଙ୍କର ନିର୍ଦ୍ଦେଶକମାନେ ଧାରଣାରେ ବସି ରହିବା ସହିତ ମ୍ୟାନେଜରଙ୍କ ବେଆଇନ କାର୍ଯ୍ୟକୁ ବାତିଲ ପାଇଁ ଦାବି କରିଥିଲେ । । ସେମାନଙ୍କ ଅଭିଯୋଗ ଅନୁସାରେ ବ୍ୟାଙ୍କର ସର୍ବାଧିକ ଲାଭ ଦେଉଥିବା ଭୋଗରାଇ ଶାଖାର ପରିଚାଳକ ଭାବେ ଜଣେ ଦୁର୍ନୀତିଗ୍ରସ୍ତ ସହକାରୀ କର୍ମଚାରୀଙ୍କୁ କାହା ସ୍ୱାର୍ଥରେ ନିଯୁକ୍ତି ଦିଆଯାଇଛି । ବ୍ୟାଙ୍କରେ ଏକାଧିକ ଅତିରିକ୍ତ ପରିଚାଳକ ଥିବା ବେଳେ ୪ କୋଟିର ଦୁର୍ନୀତି ମାମଲା ଚାଲିଥିବା ସହକାରୀ କର୍ମଚାରୀଙ୍କୁ ସେଠାରେ ନିଯୁକ୍ତି ଦିଆଯାଇଛି । ଭୋଗରାଇ ଶାଖାରେ ୫ଶହ କୋଟି ଟଙ୍କା ଜମା ଥିବା ବେଳେ ୧୧୦କୋଟି ଟଙ୍କା ଋଣ ଦିଆଯାଇଛି । ଏଠାରେ ଜଣେ ସ୍ୱଚ୍ଛ ଅଧିକାରୀଙ୍କୁ ଶାଖା ପରିଚାଳକ ଦାୟିତ୍ୱ ଦେବା ପରିବର୍ତ୍ତେ ମୁଖ୍ୟ ନିର୍ବାହୀ ଅଧିକାରୀ ନିର୍ବାଚିତ ନିର୍ଦ୍ଦେଶକ ପରିଷଦର ବିନା ସୁପାରିସରେ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟଙ୍କୁ କାହିଁକି ନିଯୁକ୍ତି ଦିଆଯାଇଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏବେ ସମ୍ପୃକ୍ତ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟଙ୍କ ବିରୋଧରେ ୪ କୋଟି ଟଙ୍କା ଆତ୍ମସାତ ନେଇ ମାମଲା ବିଚାରଧୀନ ରହିଛି । ନିର୍ଦ୍ଦେଶକ ମଣ୍ଡଳୀକୁ ଅଣଦେଖା କରି ମୁଖ୍ୟ ନିର୍ବାହୀ ଅଧିକାରୀ ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ନିର୍ଦ୍ଦେଶକମାନେ ଚେତାବନୀ ଦେଇଛନ୍ତି ।ଏନେଇ ସେମାନେ ଏକ ଦାବିପତ୍ର ବ୍ୟାଙ୍କ ସଭାପତିଙ୍କୁ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ