ଭୋଟର ଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ମତଦାନ କାର୍ଯ୍ୟ ସୁରୁଖୁରୁରେ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ପୀଡ଼ଡମାହା ଗ୍ରାମରେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ ଶିଶୁଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ମହିଳା ଓ ପୁରୁଷ ମାନେ ନିକଟସ୍ଥ ଗାହେଜୁ ଭୋଟକେନ୍ଦ୍ରକୁ ମତଦାନ କରିବାକୁ ଯାଇଥିଲେ। ଉକ୍ତ କେନ୍ଦ୍ର ପରିସର ମଧ୍ୟରେ ଇଟା, ସିମେଣ୍ଟରେ ତିଆରି ଏକ ସାଇନବୋର୍ଡ଼ ରହିଥିଲା। ଭୋଟ ଦେବାକୁ ଆସିଥିବା ମହିଳାମାନେ ସାଇନବୋର୍ଡ ତଳେ ଛାଇ ରହିଥିବାରୁ ସେଠି ଭୋଟ ଦେବାକୁ ବସି ଅପେକ୍ଷା କରିଥିଲେ। କିଛି ସମୟ ବସିଛନ୍ତି ହଠାତ ଉକ୍ତ ସାଇନବୋର୍ଡ଼ଟି ଭୁଶୁଡି ମହିଳାମାନଙ୍କ ଉପରେ ପଡିଥିଲା। ସାଇନବୋର୍ଡ଼ ଭିତରେ ଚାପି ହୋଇଥିବା ସମସ୍ତଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା।ସେମାନେ ସମସ୍ତେ ହେଲେ ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ପୀଡ଼ଡମାହା ଗ୍ରାମର ଶିଶୁ ଶୁଭସ୍ମିତା ପ୍ରଧାନଙ୍କ ସମେତ ତାଙ୍କ ମା’ ସସ୍ମିତା ପ୍ରଧାନ,ଅନୁପମା ସୁନାମାଝି, ଅରିଗଲୁ ସୁନାମାଝି, ରେଖା ମଲିକ ପ୍ରମୁଖଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କାର୍ଯ୍ୟ ଜାରୀ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ