ଭୋଡାଫୋନ୍-ଆଇଡିଆକୁ ୭୩୩ କୋଟିର ଆୟକର ଛାଡ଼ ପାଇଁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆକୁ ୭୩୩ କୋଟି ଟଙ୍କାର ଆୟକର ଛାଡ଼ କରିଛନ୍ତି ସର୍ବୋଚ୍ଚ କୋର୍ଟ । ଚାରି ସପ୍ତାହ ମଧ୍ୟରେ ଏହି ଅର୍ଥ କମ୍ପାନୀକୁ ପ୍ରଦାନ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭୋଡାଫୋନ୍ ଆଇଡିଆ ପକ୍ଷରୁ ୪୭୦୦ କୋଟିର ଆୟକର ରିହାତି ପାଇଁ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜଷ୍ଟିସ୍ ୟୁ ୟୁ ଲଳିତ୍ଙ୍କ ନେତୃତ୍ବରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଭୋଡାଫୋନ୍ ଆଇଡିଆର ଏଜିଆର ଦେୟର ୫୮ ହଜାର କୋଟି ବକେୟା ରହିଥିବା ବେଳେ କୋର୍ଟଙ୍କ ଏହି ନିଷ୍ପତ୍ତି ପରେ କମ୍ପାନୀର ଅଂଶଧନ ମୂଲ୍ୟରେ ୫ ପ୍ରତିଶତର ଅଭିବୃଦ୍ଧି ଘଟିଛି ।