ଭୋଦର ଗ୍ରାମ ରେ ଦୁର୍ଗାପୂଜା ଓ ଭସାଣି ଉତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭୋଦର ପଞ୍ଚାୟତ ର ଭୋଦର ଗ୍ରାମରେ ଗ୍ରାମ ବାସୀ ଓ ରାୟ ଚୂଡ଼ାମଣି ପରିବାର ପକ୍ଷରୁ ଦୁଇଟି ସ୍ଥାନରେ ଦୁର୍ଗା ପୂଜା ମହା ସମାରୋହରେ ପାଳିତ ହୋଇଥିଲା । ମହାସପ୍ତମୀ ଦିନ ନିକଟସ୍ଥ ହରଚଣ୍ଡି /ଭଦ୍ରେଶ୍ୱର ଙ୍କ ପୀଠରୁ କଳସ ଆବାହନ କରାଯାଇ ଶାକମ୍ବରି ନୀତିରେ ମା ଦୂର୍ଗା ଙ୍କ ମୃଣୟୀ ମୂର୍ତ୍ତୀ ପୂଜା କରାଯାଇଥିଲା ।ପୂଜା ମଣ୍ଡପ କୁ କଳସ ଓ ପଞ୍ଚ ପଲ୍ଲବ ରେ ସଜ୍ଜିତ କଳ୍ଲାବୋହୁ କୁ ପ୍ରବେଶ କରାଯାଇଥିଲା ।ନବ ପତ୍ରିକାକୁ ସ୍ଵାଗତ କରାଯାଇ ପୂଜା ମଣ୍ଡପ କୁ ବିଜେ କରାଯିବା ପରେ ମୃଣ୍ମୟୀ ମୂର୍ତ୍ତି ପୂଜା ଚାରି ଦିନ ଧରି ଅନୁଷ୍ଠିତ ହୋଇଥିଲା ।ମହାଷ୍ଟମୀ ରାତିରେ ସନ୍ଧିପୂଜା ଅନୁଷ୍ଠିତ ହେବାପରେ ମା ଙ୍କ ନିକଟରେ ପାଣିକଖାରୁ ,ଆଖୁ ,କାକୁଡି ଓ ଦେଶୀ ପାଟକପୁରା କଦଳୀ ବଳି ଦିଆଯାଇ ଥିଲା ।ମହାନବମୀ ରାତ୍ରରେ ଜୟ ଆଳତି ଓ ବିଳମ୍ବିତ ରାତ୍ରରେ ପାରମ୍ପରିକ ପ୍ରଥାନୁସାରେ ପାହାନ୍ତି କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥିଲା ।ଏହି ନୃତ୍ୟ ଦେଖିବାକୁ ଅଞ୍ଚଳରୁ ହଜାର ହଜାର ଲୋକ ସମାଗମ ହୋଇଥିଲା ।ଦୂର୍ଗାଦେବୀଙ୍କ ର ଭସାଣି ଉତ୍ସବ ନିକଟସ୍ଥ ଭଦ୍ରେଶ୍ୱର ମହାଦେବ ଙ୍କ ପୋଖରୀ ଓ କଡକିଆ ପୋଖରୀ ରେ ହୋଇଥିଲା। ପାଞ୍ଚ ଦିନ ଧରି ଗ୍ରାମ ରେ ବହୁ ଜନ ସମାଗମ ହୋଇଥିଲା। ଚାରିଛକ ଫାଣ୍ଡି ତରଫରୁ ବ୍ୟାପକ ପୋଲିସ ମୁତୟନ କରାଯାଇ ପୂଜାସ୍ଥଳୀ ଓ ଗ୍ରାମ ରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ