“ମକର ସଂକ୍ରାନ୍ତି”

ମକର ସଙ୍କ୍ରାନ୍ତି ପ୍ରାୟ ପ୍ରତିବର୍ଷ ଜାନୁୟାରୀ ୧୪ବା ୧୫ତାରିଖ ରେ ପଡିଥାଏ।
ଭାରତର ପ୍ରତିଟି ପ୍ରଦେଶ ରେ ଲୋକ ମାନେ ଭିର୍ନ୍ନ ଭିର୍ନ୍ନ ଭାବରେ ମକର ସଂକ୍ରାନ୍ତି ପାଳନ କରିଥାନ୍ତି।ରାଶି,ଗୁଡ ଓ ଚାଉଳର ଉତ୍ପାଦନ ଏହି ସମୟ ରେ ହୋଇଥାଏ।ଲୋକମାନେ ଏଥିରେ ଭିର୍ନ୍ନ ଭିର୍ନ୍ନ ପ୍ରକାର ମିଠାଇ ତିଆରି କରିଥାନ୍ତି।ପରସ୍ପର କୁ ଖୁଆଇ ଥାନ୍ତି।ଧରିତ୍ରୀର ଜୀବ ଜଗତଙ୍କୁ ଦେଉଥିବା ଅପୂର୍ବ ଦାନ ପାଇଁ ଧରିତ୍ରୀ ମା କୁ ସମ୍ମାନ ଦେବାର ସମୟ ହେଉଛି ମକର ସଂକ୍ରାନ୍ତି।

ଭଗବତ ଗୀତା ରେ ଅଛି “ଅନ୍ନାଦ ଭବନ୍ତି ଭୂତାନି ପର୍ଜନ୍ୟାଦ ଅନ୍ନ ସମ୍ଭବ ……..ଯଜ୍ଞାଦଭବତି ପର୍ଜନ୍ୟା ଯଜ୍ଞ କର୍ମସମୁଦ ଭବ”ଏହାର ଅର୍ଥ ହେଲା ଅନ୍ନରୁ ପ୍ରାଣୀ ଜଗତର ଉତ୍ପତି ହୋଇଛି,ଅନ୍ନର ଉତ୍ପତି ବର୍ଷା ରୁ ହୋଇଥାଏ ଏବଂବର୍ଷା ଯଜ୍ଞ କର୍ମ ରୁ ହୋଇଥାଏ। ସେଥିପାଇଁ ସବୁଠାରୁ ମୂଳରେ ରହିଛି ଯଜ୍ଞ କର୍ମ।

ସୂର୍ଯ୍ୟ ସକଳ ଶକ୍ତିର ଆଧାର ତେଣୁ ସୂର୍ଯ୍ୟଙ୍କ ଗତି କୁ ନେଇ ପାଳନ କରାଯାଏ ମକର ସଂକ୍ରାନ୍ତି।ମକର ସଙ୍କ୍ରାନ୍ତି କୁ ଭିର୍ନ୍ନ ଭିର୍ନ୍ନ ସ୍ଥାନ ରେ ଭିର୍ନ୍ନ ଭିର୍ନ୍ନ ନାମ ରେ ଜଣାଯାଏ।ଯେମିତିକି ମାଘ ସଂକ୍ରାନ୍ତି,ତିଳ ସଂକ୍ରାନ୍ତି,ମେଷ ସଂକ୍ରାନ୍ତି ଇତ୍ୟାଦି।ସୂର୍ଯ୍ୟ ଏହି ସମୟ ରେ ଉତ୍ତରାୟଣ ହୋଇଥାନ୍ତି।ଏବଂ ମକର ରାଶି ରେ ପ୍ରବେଶ କରନ୍ତି।ଭାରତୀୟଙ୍କ ପାଇଁ ଉତ୍ତରାୟଣ ଏକ ପବିତ୍ର ସମୟ।

ଭାରତୀୟ ମାନଙ୍କର ବିଶ୍ଵାସ ଅଛି ଯେ ଗ୍ରହ, ନକ୍ଷେତ୍ର,ସୂର୍ଯ୍ୟ,ଓ ଚନ୍ଦ୍ରଙ୍କ ଗତି ମଣିଷର ଜୀବନ ଉପରେ ପ୍ରଭାବ ପାକଇଥାଏ।ପ୍ରକୃତି ଉପରେ ମଧ୍ୟ ବେଶ ପ୍ରଭାବ ପକାଇଥାଏ।

ଆମେ ଆମ ଦୈନଦିନ ଜୀବନ ରେ
ଦେଖୁ ଯେ ପ୍ରତ୍ୟେକ ବର୍ଷର ଫସଲର ଆମଦାନୀ କିମ୍ବା ଫଲ ଓ ପରିବାର ଉତ୍ପାଦନ ପ୍ରତ୍ୟେକ ବର୍ଷ ଠାରୁ ଆଲଗା।କେଉଁ ବର୍ଷ ଭଲ ଆମ୍ବ ଫଳିଲା ତ କେଉଁ ବର୍ଷ ଭଲ ଟମାଟ। ପ୍ରତ୍ୟେକ ଫସଲର ଆମଦାନୀ ବା ଉତ୍ପାଦନ ଆମର ପ୍ରକୃତି ଓ ପରିବେଶ ଉପରେ ନିର୍ଭରଶୀଳ ତେଣୁ ଭାରତୀୟଙ୍କ ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଗତି ମହତ୍ବପୂର୍ଣ୍ଣ।
ମକର ସଂକ୍ରାନ୍ତିର ଆଗମନ ସହିତ ଶୀତ ଦିନ ସରିଯାଏ।ମକର ସଂକ୍ରାନ୍ତି ଗରମ ଦିନର ସ୍ପର୍ଶ ଧରି ଆସେ।

ଅନେକତା ଭିତରେ ଏକତାର ଦେଶ ଭାରତ ତାର ପ୍ରତିଟି ପ୍ରଦେଶ ବା ରାଜ୍ୟ ପ୍ରତ୍ୟେକ ପର୍ବ କୁ ନିଜ ହିସାବରେ ପାଳନ କରିଥାନ୍ତି।

ଭାରତ ଗୋଟିଏ କୃଷି ପ୍ରଧାନ ଦେଶ ତେଣୁ ପ୍ରାୟତଃ ଆମର ପର୍ବ ପର୍ବାଣି ଆମ କୃଷି ଓ ଉତ୍ପାଦନ କୁ ନେଇ ହୋଇଥାଏ।

ମକର ସଂକ୍ରାନ୍ତି ସମୟ ରେ ରାଶି ଓ ବାଦାମ ମଧ୍ୟ ଆଦାୟ ହୋଇଥାଏ।

ପଞ୍ଜାବ ରେ ଲୋକମାନେ ମକର ସଂକ୍ରାନ୍ତିର ପୂର୍ବ ରାତି ରେ ଲୋଡି ଜଳାଇ ଥାନ୍ତି ଏବଂ ସେଥିରେ ନୂଆ ଆଦୟ ହୋଇଥିବା ବାଦାମ ଓ ରାଶି ରେ ତିଆରି ହୋଇଥିବା ମିଠା ପକାଇଥାନ୍ତି।

ମକର ସଂକ୍ରାନ୍ତି ରେ ସୂର୍ଯ୍ୟଙ୍କୁ,ବିଷ୍ଣୁଙ୍କୁ ଓ ଲକ୍ଷ୍ମୀଙ୍କୁ ପୂଜା କରାଯାଇଥାଏ।ସୂର୍ଯ୍ୟ ସକଳ ଶକ୍ତିର ଆଧାର, ବିଷ୍ଣୁ ସୃଷ୍ଟିକର୍ତ୍ତା ଓ ଲକ୍ଷ୍ମୀ ସୁଖ,ସମୃଦ୍ଧିର ଦେବୀ।ଏଇ ତିନି ଜଣଙ୍କର ଆଶୀର୍ବାଦ ମଣିଷ ଜୀବନ ରେ ପୂର୍ଣ୍ଣତା ଆଣିଦିଏ।ମକର ସଂକ୍ରାନ୍ତି ରେ ଲୋକମାନେ ପବିତ୍ର ନଦୀର ଜଳ ଯେମିତି ଗଙ୍ଗା,ଯମୁନା, ଗୋଦାବରୀ, କାବେରୀ ବା ତ୍ରିବେଣୀ ରେ ଗାଧୋଇ ପବିତ୍ର ହୋଇ ଦେବ ଆରାଧନା କରିଥାନ୍ତି।
ଦାନ ଧର୍ମ ରେ ହିନ୍ଦୁ ଧର୍ମର ବିଶ୍ଵାସ ରହିଛି ତେଣୁ ଏହିଦିନ ଲୋକମାନେ ଦାନ ମଧ୍ୟ କରିଥାନ୍ତି।
ଦକ୍ଷିଣ ଭାରତ ରେ ମକର ସଂକ୍ରାନ୍ତି କୁ ପୋଙ୍ଗଲ କୁହାଯାଏ।ଦକ୍ଷିଣ ଭାରତ ରେ ତିନି ଦିନ ଧରି ପୋଙ୍ଗଲ ପାଳନ କରାଯାଇଥାଏ।ପ୍ରଥମ ଦିନ କୁ ଭୋଗୀ ପୋଙ୍ଗଲ କୁହାଯାଏ।ରାତିରେ ଘର ବାହାର ରେ ନିଆଁ ଲଗାଯାଏ ଛୋଟ ପିଲାମାନେ ଛୋଟ ଛୋଟ ଢୋଲ ବା ଭୋଗୀ କାଟ୍ଟୁ କୁ ବଜାଇ ନିଆଁ ର ଚାରିପଟେ ବୁଲି ନାଚନ୍ତି ଏବଂ ଇନ୍ଦ୍ରଙ୍କୁ ପୂଜା କରାଯାଏ।ଦ୍ଵିତୀୟ ଦିନ ସୂର୍ଯ୍ୟଙ୍କୁ ପୂଜା କରାଯାଏ।ତେଣୁ ସୂର୍ଯ୍ୟ ପୋଙ୍ଗଲ କୁହାଯାଏ।ନୂଆ ଚାଉଳର ଖିରି ଘରେ ଘରେ ତିଆରି ହୁଏ ଏବଂ ଦେବ ଦେବୀଙ୍କୁ ଅର୍ପଣ କରାଯାଇଥାଏ।ଘରକୁ ସଫା ସୁତରା କରି ଘର ବାହାରେ ଚିତା ମୁରୁଜ ବା ରଙ୍ଗୋଲି ତିଆରି କରାଯାଏ।ପୋଙ୍ଗଲ ରେ ଗାଈ କୁ ପୂଜା କରାଯାଏ। ପୋଙ୍ଗଲ ସମଗ୍ର ଦକ୍ଷିଣ ଭାରତରେ ପାଳନ କରାଯାଏ।ଶ୍ରୀଲଙ୍କା ରେ ମଧ୍ୟ ଲୋକମାନେ ପୋଙ୍ଗଲ ପାଳନ କରିଥାନ୍ତି।
ପୋଙ୍ଗଲ ଉପଲକ୍ଷେ ଭିର୍ନ୍ନ ଭିର୍ନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବନ୍ଧୁ ମିଳନ ଦେଖିବା କୁ ମିଳେ।

ଗୁଜରାଟ ରେ ଲୋକ ମାନେ ମକର ସଂକ୍ରାନ୍ତି ରେ ଗୁଡି ଉଡାନ୍ତି।ରଙ୍ଗ ବେରଙ୍ଗର ଗୁଡ଼ି ଦୋକାନ ବଜାରେ ବିକ୍ରି ହୁଏ।ଏବଂ ଲୋକମାନେ ଗୁଡ଼ି ଉଡାଇ ଏହି ପର୍ବ କୁ ପାଳନ କରନ୍ତି।

ଓଡିଶା ରେ ମକର ସଂକ୍ରାନ୍ତି ରେ ଘରେ ଘରେ ମକର ଚାଉଳ ତିଆରି କରାଯାଏ ଏବଂ ଠାକୁରଙ୍କୁ ଭୋଗ ଲଗାଇ ଲୋକେ ପ୍ରସାଦ ଗ୍ରହଣ କରନ୍ତି।
ଓଡିଆଙ୍କ ଇଷ୍ଟ ଦେବତା ଜଗନ୍ନାଥ ମଧ୍ୟ ମକର ସଂକ୍ରାନ୍ତି ପାଳିଥାନ୍ତି।
ଜଗନ୍ନାଥ ଙ୍କ ବଡ ଦେଉଳ ରେ ମକର ସଂକ୍ରାନ୍ତିର ନୀତି କାନ୍ତି ଆଲଗା ହୋଇଥାଏ। ନୂଆ ଚାଉଳ ରେ ଗୁଡ,ନଡିଆ କୋର,କଦଳୀ ଖୁଆ ଏବଂ ଅନ୍ୟାନ୍ୟ ଫଳ ପକାଇ ମକର ଚାଉଳ ତିଆରି କରାଯାଏ ଏବଂ ମକର ଚାଉଳ ଧରି ସେବାୟତ ମାନେ ସାତ ଥର ମନ୍ଦିର ବେଢା କୁ ପରିକ୍ରମାଣ କରିଥାନ୍ତି ସେତେବେଳେ ସେମାନେ ନିଜ ପାଟି କୁ କନା ରେ ବାନ୍ଧିଥାନ୍ତି।ଫେଣା,ସାକର ଓ ପାନ ମଧ୍ୟ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ।ମକର ସଂକ୍ରାନ୍ତି ରେ ୮୪ ପ୍ରକାର ଭୋଗ ଠାକୁରଙ୍କୁ ଲାଗି ହୋଇଥାଏ।

ମକର ସଂକ୍ରାନ୍ତି ରେ ଜଗନ୍ନାଥ,ବଳଭଦ୍ର ଓ ଶୁଭଦ୍ରାଙ୍କୁ ମକର ଚୁଳ ଲଗାଯାଏ ଏବଂ ମକର ୮୪ ବେଶ ରେ ସଜାଯାଏ।

କାଳି ଦାସ ,
ବ୍ରହ୍ମପୁର,
ଖୋଡ଼ାସିଙ୍ଗ କଳିଙ୍ଗନଗର ,
ଫୋନ ନମ୍ବର – ୭୨୦୫୧୦୦୮୩୯

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ