ମକର ସଂକ୍ରାନ୍ତି ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ମକର ସଂକ୍ରାନ୍ତିର ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । “ଦେଶବାସୀଙ୍କୁ ମକର ସଂକ୍ରାନ୍ତିରେ ଅନେକ ଅନେକ ଅଭିନନ୍ଦନ । ସୂର୍ଯ୍ୟ ଦେବଙ୍କ ଉତ୍ତରାୟଣ ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଏବଂ ଉତ୍ସାହ ସଂଚାର କରୁ ବୋଲି ପ୍ରାର୍ଥନା କରୁଛି ।ସମସ୍ତଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ।ଭାରତର ବିଭିନ୍ନ ଭାଗରେ ମକର ସଂକ୍ରାନ୍ତିଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି । ଏହି ଉତ୍ସାହର ପର୍ବ ଦେଶର ବିବିଧତା ଏବଂ ଆମର ଜୀବନ୍ତ ପରମ୍ପରାକୁ ଦର୍ଶାଇଥାଏ । ଏହା ମଧ୍ୟ ପ୍ରକୃତି ମାତା ପ୍ରତି ସମ୍ମାନର ମହତ୍ଵକୁ ପ୍ରତିପାଦିତ କରିଥାଏ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ