ମଙ୍ଗଳବାର ଠାରୁ ୩ ଦିନ ପାଇଁ ବନ୍ତ ବଜାର ସଟ୍ ଡାଉନ୍ ଘୋଷଣା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଗତ ଶନିବାର ବନ୍ତ ସଦର ମହକୁମାରେ ୮ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ପଞ୍ଚାୟତ ଟି.ଏମ୍‌.ସିରେ ୫ ଜଣ, ଥାନା କର୍ମଚାରୀ ଜଣେ, ବ୍ଲକ କର୍ମଚାରୀ ଜଣେ ଏବଂ ବାହାର ଗ୍ରାମରୁ ଜଣେ ପଜେଟିଭ୍ ଆକ୍ରାନ୍ତ ରହିଛନ୍ତି । ତେବେ ବନ୍ତ ସଦର ମହକୁମାସ୍ଥିତ ମାର୍କେଟ ସର୍ବଦା ଜନଗହଳି ରହିବା ଏବଂ ଏହି ବଜାରକୁ ବିଭିନ୍ନ ସ୍ଥାନରୁ ଲୋକମାନେ ଯାତାୟତ କରୁଥିବା ଦୃଷ୍ଟିରୁ ଗୋଷ୍ଠୀ ସଂକ୍ରମଣର ଆଶାଙ୍କା ରହୁଛି । ଏହାକୁ ଦୃଷ୍ଟିରେ ରଖି ବନ୍ତ ସରପଞ୍ଚ କୃପାସିନ୍ଧୁ ସେଠୀ, ଟିଲୋ ସରପଞ୍ଚ ନିହାରିକା ରାଉତ, ପଧାନପଡା ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ ମିଳିତ ହୋଇ ବନ୍ତ ମାର୍କେଟକୁ ମଙ୍ଗଳବାର ସକାଳ ୬ଟା ଠାରୁ ଗୁରବାର ରାତି ୯ଟା ପର୍ଯ୍ୟନ୍ତ ୩ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏନେଇ ସେମାନେ ବିଡିଓ, ତହସିଲଦାର ଓ ଥାନାଧିକାରୀଙ୍କୁ ଲିଖିତ ଅବଗତ କରାଇଛନ୍ତି । ସଟ୍ ଡାଉନ୍ ବେଳେ କେବଳ ଔଷଧ ଦୋକାନ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ