ମଙ୍ଗୁଳି ଜେନାର ହତ୍ୟାକାରୀମାନଙ୍କୁ ଛଡାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବଜ୍ର ଶପଥ ନେଇଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ଖୋର୍ଦ୍ଧା,  (ଯୁଗାବ୍ଦ ନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକ୍ଷାଧିକ ଲୋକଙ୍କ ଆଗରେ ବିଜେପି କାର୍ଯ୍ୟକର୍ତା ମଙ୍ଗୁଳି ଜେନାର ହତ୍ୟାକାରୀମାନଙ୍କୁ ଛଡାଯିବ ନାହିଁ ବୋଲି ବଜ୍ର ଶପଥ ନେଇଛନ୍ତି । ଦୋଷୀ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି, ମୁଖ୍ୟମନ୍ତ୍ରୀ ତାଙ୍କୁ ଯେତେ ବି ଶରଣ ଦିଅନ୍ତୁ, ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ଖୋର୍ଦ୍ଧାର ବଡପୋଖରିଆରେ ମୃତ ବିଜେପି କାର୍ଯ୍ୟକର୍ତା ମଙ୍ଗୁଳି ଜେନାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ପରେ ଗଣମାଧ୍ୟମ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ର ପ୍ରଧାନ କହିଛନ୍ତି ଯେ ମଙ୍ଗୁଳି ଭାଇ ସ୍ଥାନୀୟ ଅଂଚଳରେ ଦଳର ମଙ୍ଗୁଆଳ ଥିଲେ । ଜଣେ ସଚ୍ଚୋଟ ରାଜନୈତିକ ବ୍ୟକ୍ତି ଭାବରେ କୌଣସି ବୁଝାମଣା ନକରି ଗରିବ ଲୋକଙ୍କ ସେ ନିରନ୍ତର ସେବା କରିଥିଲେ । ଶାସକ ଦଳ ତାଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ପ୍ରଜାତନ୍ତ୍ରରେ ଅସହ୍ୟ । ଓଡିଶାରେ ସ୍ଥିତି ଗମ୍ଭୀର ହେଲାଣି । ନିର୍ବାଚନରେ ଆସନ୍ନ ପରାଜୟ ଡରରେ ଶାସକ ଦଳର ଲୋକମାନେ ପ୍ରତିପକ୍ଷ ଲୋକକୁ ହତ୍ୟା କରିବାକୁ ପଛାଉ ନାହାନ୍ତି ।
ପ୍ରତିପକ୍ଷ୍ୟକୁ ହତ୍ୟା କରି ନିର୍ବାଚନ କମିଶନର ପଦକ୍ଷେପ ନେବା କହି ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଏହି ଅପରାଧିକ ମାନସିକତାକୁ ଓଡିଆ ଲୋକ କେବେ ସହ୍ୟ କରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶୋକସନ୍ତପ୍ତ ମଙ୍ଗୁଳି ଭାଇଙ୍କ ପରିବାର ସହ ଖୋଦ ପ୍ରଧାନମନ୍ତ୍ରୀଙ୍କ ସହିତ ବିଜେପିର ଆମେ ସବୁ କାର୍ଯ୍ୟକର୍ତା ସାଙ୍ଗରେ ଅଛୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ