ମଛେନ୍ଦ୍ର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅମରନାଥ କ୍ରିକେଟ କ୍ଳବ ଆସିକା ଦଳ ସେମିଫାଇନାଲରେ ପ୍ରବେଶ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ପକ୍ଷରୁ ସ୍ଥାନୀୟ ପୈରାଞ୍ଚଳ ମିନି ଷ୍ଟାଡିୟମରେ ଆୟୋଜିତ ମଛେନ୍ଦ୍ର ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୪ର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଯାଇଛି। ବ୍ୟାଘ୍ରଦେବୀ କ୍ରିକେଟ କ୍ଳବ, ଭଞ୍ଜନଗର ଓ ଅମରନାଥ କ୍ରିକେଟ କ୍ଳବ, ଆସିକା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ଭଞ୍ଜନଗର ଦଳ ପ୍ରଥମେ ବୋଲି° କରିବାର ନିଷ୍ପତି ନେବା ସହ ବ୍ୟାଟିଂ ପାଇଁ ଆସିକା ଦଳକୁ ଆମନ୍ତ୍ରଣ କରିଥିଲା। ଆସିକା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ବିକେଟ ବିନିମୟରେ ୧୯୪ ରନ୍ ସଂଗ୍ରହ କରିଥିଲେ। ଦଳ ପକ୍ଷରୁ ବୁଧିଆ ମୁନି ୩୫ ବଲରୁ ୬୦ ରନ୍ ଓ ଦୀପକ ସ୍ବାଇଁ ୨୭ ବଲରୁ ୪୭ ରନ୍ ସଂଗ୍ରହ କରିଥିଲେ।‌ ଜବାବରେ ବିପକ୍ଷ ଭଞ୍ଜନଗର ଦଳ ୧୯.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୧୪୫ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ଆସିକା ଦଳ ୪୯ ରନରେ ବିଜୟ ଲାଭ କରିଥିଲା। ଆସିକା ଦଳର ନାରାୟଣ ୪ ଓଭର ବୋଲି° କରି ୨୧ ରନ୍ ବିନିମୟରେ ୪ଟି ଓ୍ବିକେଟ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାଚ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା। ଅତିଥି ଭାବେ
ମହିଳା କାଉନସିଲର ବିଳାସ କୁମାରୀ ମହାନ୍ତି ଯୋଗଦେଇ ଶ୍ରେଷ୍ଠ ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ।‌ଆମ୍ପାୟର ଭାବେ ରଜତ ପ୍ରଧାନ ଓ ବିଷ୍ଣୁ ପ୍ରସାଦ ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ। ଚନ୍ଦନ ସାବତ ସ୍କୋରର ଥିବା ବେଳେ ସୁମନ ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ। ଛିନିକି ପାତ୍ର, ପ୍ରଶାନ୍ତ ପ୍ରଧାନ, ଶ୍ରୀତମ ପ୍ରଧାନ, ଉମା ମହାରଣା, ସୁରଜ ସୁବୁଦ୍ଧି, ଚନ୍ଦନ ସାବତ, ତପନ ମହାରଣା, ସାଗର ବେହେରା,ସୁନିଲ ପାଠିଙ୍କ ସମେତ ଇଗଲ କ୍ରିକେଟ କ୍ଳବର ସଦସ୍ୟ ମାନେ ଖେଳ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ