ସ୍ତ୍ରୀ କୁ ୨ ଖଣ୍ଡ କଲା ସ୍ୱାମୀ

ଜୟପୁର,(ଓ୍ବାଇଏନ୍ଏସ୍): କୋରାପୁଟ ସଦର ଥାନା ଅନ୍ତର୍ଗତ ଦେବିଘାଟ ପଞ୍ଚାୟତର ଧଉଡା ପଦର ଗ୍ରାମରେ ହତ୍ୟ କାଣ୍ଡ ଘଟିଯାଇଛି । ମଦ୍ୟପ ସ୍ୱାମୀ କାତ୍ତିକ ଟାକରି ର ବର୍ବର କାଣ୍ଡ । ମଦ ନିଶାରେ ସ୍ତ୍ରୀ ର ଗଳା କାଟି ୨ ଖଣ୍ଡ କଲା ସ୍ୱାମୀ । ଚିକେନ କାଟିବା ଧାରୁଆ ଆସ୍ତ୍ର, ଖଣ୍ଡା ଓ ମାରଣାସ୍ତ୍ର ଦ୍ୱାରା ସ୍ତ୍ରୀ ପାର୍ବତୀ ଓରଫ ମିଲ୍ଲି କମାରର ଶରିରକୁ ୨ ଖଣ୍ଡ କରି କ୍ଷତ ବିକ୍ଷତ କରି ନୃଶଂସ ଭାବେ ହତ୍ୟା କରିଛି । ପାରିବାରିକ କଳହରୁ ଏପରି କାଣ୍ଡ ଘାଟିଥିବା କୁହାଯାଇଥିବା ବେଳେ ଏମାନଙ୍କ ୨ ମାସର ପୁତ୍ର ସନ୍ତାନ ରହିଛି । ପୋଲିସ ପହଞ୍ଚି କାତ୍ତିକ କୁ ଗିରଫ କରିଥିବା ବେଳେ ଗ୍ରାମରେ ଉତ୍ତେଜନା ଦେଖାଯାଇଛି । ମଦ ପିଇ କାତ୍ତିକ ଏପରି କାଣ୍ଡ କରିଥିବା ଗ୍ରାମ ବାସୀ ମାନେ ସୁଚନା ଦେଇଥିବା ବେଳେ ବିଳମ୍ବିତ ରାତ୍ରରେ ଘରେ ଅଭିଯୁକ୍ତ ସ୍ୱାମି ଏପରି କାଣ୍ଡ ଘଟାଯାଇଛି । ପ୍ରତ୍ୟେକ ଦିନ ଅଭିଯୁକ୍ତ ସ୍ୱାମୀ କାତ୍ତିକ ଓ ସ୍ତ୍ରୀ ପାବତ୍ତି ଙ୍କ ମଧ୍ୟରେ ମଦ ପିଇବା କୁ ନେଇ ଝଗଡା ଓ ଅସନ୍ତୋଷ ଲାଗି ରହିଥିଲା । ଗତ କାଲି କାତ୍ତିକ ବିଳମ୍ବତ ରାତ୍ରରେ ମଦ ପିଇ ଘରକୁ ଆସି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧୟରେ ବଚସା ହୋଇଥିଲା । ପରେ ସ୍ୱାମୀ ବିଭିନ୍ନ ମରାଣାସ୍ତ୍ର ରେ ରାତ୍ର ସାରା ସ୍ତ୍ରୀ ପାବତ୍ତିକୁ କ୍ଷତି ବିକ୍ଷତ ରକ୍ତାକ୍ତ କରି ଅମାନବିୟ ଭାବେ ହତ୍ୟା କରିଥିଲା । ରାତ୍ର ରେ କାତ୍ତିକର ଉଗ୍ର ରୁପ ଦେଖି ସମ୍ପକିୟ ଓ ସାହି ପଡିସା ମଧ୍ୟ ଭୟବିତ ହୋଇଯାଇଥିଲେ । କବାଟ ଦେଇ ସ୍ତ୍ରୀ ହତ୍ୟା କରିଥିଲା ବେଳେ ନିକଟରେ ୨ ମାସର ଶିଶୁ ଚିତ୍କାର  ଛାଡୁଥିଲା । ଏନେଇ ପରେ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଞ୍ଚି କାତ୍ତିକ କୁ ଗିରଫ କରିଥିବା ବେଳେ ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରିଛି । ଏନେଇ କୋରାପୁଟ ସଦର ଥାନାରେ ୩୦୨ ଦଫାରେ ୧୨୬/୨୦ ହତ୍ୟା ମାମଲା ରୁଜୁ ପୋଲିସ ତଦନ୍ତ କରୁଛି । ସ୍ତ୍ରୀ ପାର୍ବତୀ ର ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତ କରିଥିବା ବେଳେ ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଯାଇ ଥିବା ବେଳେ ପାର୍ବତୀ ଗ୍ରାମର ଗ୍ରାମବସୀ ମାନେ ପୋଲସ ଗାଡି ଅଟାକଇବା ସହ ୫ ଲକ୍ଷ ଟଙ୍କା ଦାବୀ କରିଥିଲେ । ଗ୍ରାମର ସରପଞ୍ଚ ଓ ଗ୍ରାମବସୀ ଅଭିଯୁକ୍ତ କାତ୍ତିକକୁ କୋଠର ରୁ କୋଠର ଦଣ୍ଡ ଦେବାକୁ ଦାବି କରିଥିବା ବେଳେ ଘଟଣା ସ୍ଥଳରେ ସଦର ଥାନା ଅଧିକାରି ସମର୍ପିତା ସ୍ୱାଇଁ, ଏସଆଇ ସ୍ୱେତ ପଦ୍ମା ସେଠ୍‌, କୋଲାବ ଫାଣ୍ଡି ଅଧିକାରି ଅର୍ଜୁନ ବାଙ୍କା ଯାଇ ତଦନ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ