ମଠ ମହନ୍ତ ଙ୍କ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ) :ନିମାପଡା ବ୍ଲକ ଅନ୍ତର୍ଗତ ତୁଳସୀପୁର ଗଣେଶ ବଜାର ଠାରେ ଥିବା ବାବା ବୃନ୍ଦାବନ ଦାସ ମଠ ର ମହନ୍ତ ସ୍ୱର୍ଗତ ବାବା ବାଳ ମୁକୁନ୍ଦ ଦାସ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ମଠ ପରିସର ଠାରେ ମଠ ର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ପାଳିତ ହୋଇଯାଇଛି । ଭକ୍ତ, ଶ୍ରଦ୍ଧାଳୁ, ଭଗବତ ପ୍ରେମୀ ମାନେ ବାବା ଙ୍କ ସମାଧି ପୀଠ ରେ ପୁଷ୍ପ ଦେଇ ତାଙ୍କ ସ୍ମୃତି ଚାରଣ କରିଥିଲେ।ପ୍ରାତଃ ରୁ ପଣ୍ଡିତ ସହଦେବ ମିଶ୍ର ମଠ ଠାରେ ଭଗବତ ଗୀତା ପାଠ କରିଥିଲେ । ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଦ୍ଵାରା ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ନାମ ସଂକୀର୍ତ୍ତନ ଓ ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସର ରେ ପରାଶର ଆଶ୍ରମ ର ମହନ୍ତ କୈଳାଶ ବାବା, ଏକାନ୍ତ ଆଶ୍ରମ ର ମହନ୍ତ ନନ୍ଦ ବାବା, ଯୋରକୂଳ ଆଶ୍ରମ ର ମହନ୍ତ ବାବା କୃଷ୍ଣ ଚନ୍ଦ୍ର ଦାସ, ଓଳାଂଶ ମଠ ର ମହନ୍ତ ବଂଶୀଧର ବାବା, ଇଞ୍ଜେରା ମଠ ର ମହନ୍ତ ଟୁଟୁ ବାବା ପ୍ରମୁଖ ଙ୍କୁ ଅତିଥି ଚନ୍ଦ୍ରକାନ୍ତ ଦଳାଇ, ଗୋପୀ ନାଥ କର, କୃଷ୍ଣ ଚନ୍ଦ୍ର ରାଉତ, ମୁରଲୀ ଧର ଭାରତୀ, ବନବିହାରୀ ଦାଶ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ । ମଠ ର ପୂଜକ ମନୋଜ କୁମାର ଦାଶ ଙ୍କ ତତ୍ବାବଧାନ ରେ ଏହି ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବ୍ରଜବନ୍ଧୁ କର, କାଳନ୍ଦି ପାତ୍ର, ବିଷ୍ଣୁ ଚରଣ ତ୍ରିପାଠୀ, ରାମ ଚନ୍ଦ୍ର ବେହେରା, ହରି ହର ଭୋଇ, କ୍ଷୀରୋଦ ବେହେରା , କ୍ଷମା ସାହୁ, ଅମୋନ ସାହୁ, ରଜନୀ କାନ୍ତ ଦାସ, ଜଗନ୍ନାଥ କର, ହରିହର ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ