ମଡେଲିଂ କରି ଚର୍ଚ୍ଚାରେ ଓଡ଼ିଆ ଝିଅ

ଓଡିଶାରୁ ମାୟାନଗରୀ । ସ୍ୱପ୍ନ ଥିଲା ଜଣେ ସୁପର ମଡେଲ୍ ହେବେ ନହେଲେ କରନ୍ ଜୋହରଙ୍କ ଫିଲ୍ମର ହିରୋଇନ୍ । ସେଇ ଆଶା ଆଉ ନିଶାକୁ ଜାବୁଡ଼ି ନଇଶା ଧାଇଁଥିଲେ ମୁମ୍ବାଇ । ଆଉ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିଛନ୍ତି । ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ନଇଶା ଭାର୍ଗବୀ । ପିଲାଦିନ କଟିଥିଲା ଦିଲ୍ଲୀରେ । “ଲି ଷ୍ଟାର୍ସବର୍ଗ ଥିଏଟର ଏବଂ ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍’, ନ୍ୟୁୟର୍କରେ ସେ ପାଠ ପଢ଼ିଛନ୍ତି । ସେଠାରୁ ଫେରିବା ପରେ ନଇଶା ମୁମ୍ବାଇର ମିଠିବାଇ କଲେଜ୍ ଅଫ୍ ଆର୍ଟ୍ସରେ ବିଏ ପଢ଼ିଥିଲେ । ସେଠାରେ ପଢ଼ିବା ସମୟରେ ନଇଶା ମଡେଲିଂରେ ପାଦଦେଲେ । ସେତେବେଳେ ସେ ଭାବୁଥିଲେ ଏହି ଆଡ୍ ତାଙ୍କୁ ପକେଟ୍ ମନି ଯୋଗାଇପାରିବ । ତା’ପରେ ତାଙ୍କ ପ୍ରଥମ ଆଡ୍ର ଲୋକପ୍ରିୟତା ପରେ ତାଙ୍କୁ ଆଡ୍ ପରେ ଆଡ୍ ଏବଂ କିଛି କ୍ୟାମ୍ପେନ୍ ପାଇଁ ମଧ୍ୟ ପ୍ରସ୍ତାବ ଆସିଲା । ନଇଶାଙ୍କ ବର୍ଣ୍ଣ ଶ୍ୟାମଳ ଥିଲା । ତେଣୁ ତାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଲା । ଏହା ପରେ ସେ ସେମିତି କିଛି ବ୍ରାଣ୍ଡରେ କାମ କଲେ ଯେଉଁଠି ତାଙ୍କ ବର୍ଣ୍ଣକୁ ସମ୍ମାନ ଦିଆଯାଉଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ