ମଣିପୁରରେ ଶହ ଶହ ନିରୀହ ଆଦିବାସୀ ମହିଳା ଶିଶୁ ଓ ଜନସାଧାରଣ ଙ୍କୁ ନୃସଂଶ ଭାବେ ହୋଇଥିବା ନାରକୀୟ ହତ୍ଯା
ବାଲେଶ୍ବର, (ସରୋଜ ପଣ୍ଡା):ସମ୍ପ୍ରତି ମଣିପୁରରେ ଦୀର୍ଘ ୪ମାସ ଧରି ବିଜେପି ର ଡବଲ ଇଞ୍ଜିନ ସରକାର ଦ୍ବାରା ପ୍ରାୟୋଜିତ ଜାତିଗତ ଦଙ୍ଗାରେ ଶହ ଶହ ନିରୀହ ଆଦିବାସୀ ମହିଳା ଶିଶୁ ଓ ଜନସାଧାରଣ ଙ୍କୁ ନୃସଂଶ ଭାବେ ହୋଇଥିବା ନାରକୀୟ ହତ୍ଯା ଧର୍ଷଣ ପ୍ରତିବାଦରେ ଆଜି ପୂର୍ବାହ୍ନ ୧୧ଟା ରେ ବାଲେଶ୍ବର ରେଳ ଷ୍ଟେସନରୁ ମିଳିତ ବିରୋଧୀ ମଂଚ ଇଣ୍ଡିଆ ର ଏକ ବିଶାଳ ମହିଳା ପଟୁଆର ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ସମବେତ ହୋଇଥିଲା।ଜାତୀୟ କଂଗ୍ରେସ, ସିପିଆଇଏମ, ସିପିଆଇ, ତୃଣମୂଳ କଂଗ୍ରେସ, ଆଆପ, ଫରଓ୍ବାଡ଼ ବ୍ଲକର ଶତାଧିକ ମହିଳା ଓ କର୍ମୀ ଆକ୍ରମଣାତ୍ମକ ଭାବେ ସ୍ଲୋଗାନ ମାନ ଦେଇ ଏହି ଧିକ୍କାର ସମାବେଶରେ ସାମିଲ ହୋଇଥିଲେ। ମଣିପୁର ଘଟଣାରେ ଦେଶର ପ୍ରଧାନମନ୍ତ୍ରୀଙ୍କର ନୀରବତାକୁ ନିନ୍ଦା କରିବା ସହିତ ଇଣ୍ଡିଆ ତରଫରୁ ଆସିଥିବା ଅନସ୍ଥା ପ୍ରସ୍ତାବ ବିରୁଦ୍ଧରେ ବିଜେଡିର ଭୂମିକା ବିଜେପି ପାଖରେ ବିଜେଡିର ଆତ୍ମସମର୍ପଣ ବୋଲି ବକ୍ତା ମାନେ ସମାଲୋଚନା କରିଥିଲେ। ବିଜେପିର ବେଟି ବଞ୍ଚାଓ ଓ ବେଟି ପଢାଅ ଏବଂ ବିଜେଡ଼ିର ମା’କୁ ସମ୍ମାନ ସ୍ଲୋଗାନ ଆଜି ଏକ ପ୍ରହସନରେ ପରିଣତ ହୋଇଛି। ଆଜି ମଣିପୁରରେ ଘଟିଥିବା ଘଟଣା ଏକ ବ୍ୟତିକ୍ରମ ନୁହେଁ। ଏହି ପ୍ରାୟୋଜିତ ମଣିପୁରର ଜାତିଗତ ଦଙ୍ଗା ଓ ହରିୟାଣାର ସାଂପ୍ରଦାୟିକ ଦଙ୍ଗାକରି ବିଜେପି ଆଗାମୀ ନିର୍ବାଚନରେ ଭୋଟ ମେରୁକରଣ କରିବା ପାଇଁ ଯୋଜନା କରୁଛି। କେବଳ ଜାତିଗତ, ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରୁନାହିଁ ଆଜି ବିଜେପି ଦେଶର ସମ୍ବିଧାନ, ଗଣତାନ୍ତ୍ରିକ ବ୍ୟବସ୍ଥା, ବିଚାର ବ୍ୟବସ୍ଥା, ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ କରୁଛି।ଏହା ବିରୁଦ୍ଧରେ ସମସ୍ତ ଗଣତାନ୍ତ୍ରିକ ଶକ୍ତି, ସଂଗଠନ, ବ୍ୟକ୍ତି ବିଶେଷ ଏକଜୁଟ ବିଜେପିର ସ୍ବେଚ୍ଛାଚାରୀ ଶାସନ ବିରୁଦ୍ଧରେ ଜନ ଆନ୍ଦୋଳନ ଗଢି ତୋଳିବା ସହିତ ଆଗାମୀ ନିର୍ବାଚନରେ ବିଜେପି ନେତୃତ୍ବରେ ପରିଚାଳିତ ଏନଡିଏ ଓ ତାଙ୍କୁ ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବେ ସମର୍ଥନ କରୁଥିବା ଦଳ ମାନଙ୍କୁ ପରାଜିତ କରିବା ପାଇଁ ଆହ୍ବାନ ଦିଆଯାଇଥିଲା।ଉକ୍ତ ସମାବେଶରେ ଇଣ୍ଡିଆର ବାଲେଶ୍ବର ଜିଲ୍ଲା ଆବାହକ ତଥା କଂଗ୍ରେସ ଜିଲ୍ଲା ସଭାପତି ସଂଜୀବ ଗିରି, କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ,ପିସିସି ସାଧାରଣ ସମ୍ପାଦକ ମନୋଜ ବିଶ୍ୱାଳ,ପଦ୍ମାକର ଗୁରୁ,ଅର୍ଚ୍ଚନା ନନ୍ଦୀ, ସିପିଆଇଏମ ଜିଲ୍ଲା ସମ୍ପାଦକ ଶିଶିର ହୁଇ, ସିପିଆଇ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ଟିଏମସିର ଆବାହକ ନନ୍ଦନ ପାଲ,ମହିଳା କଂଗ୍ରେସ ଜିଲ୍ଲା ସଭାପତି ପ୍ରଜ୍ଞାପରମିତା ବିଶ୍ବାଳ,ଉପସଭାପତି ଅଞ୍ଜଳି ପ୍ରଧାନ,ନାରିନେତ୍ରୀ ଈଶାଣୀ ଷଡଙ୍ଗୀ, ବନ୍ଦନା ବିଶ୍ବାସ,କୁମୁଦୁନି ଦାସ,ସଂଯୁକ୍ତା ବେହେରା , ପୂର୍ଣ୍ଣିମା ବେହେରା, ସ୍ନେହଲତା ପଣ୍ଡା,ବିନତି ବାରିକ, ଆରତୀ ଜେନା ଏବଂ ବିଭିନ୍ନ ରାଜନୈତିକ ଦଳରୁ ସୁଦର୍ଶନ ଦାସ,ବିଜୟ ପାତ୍ର,ବିକାଶ ଦାସ, ଅରୁଣ ଯେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳରୁ ପ୍ରଦୀପ୍ତ ପଣ୍ଡା, ସତ୍ୟଶିବ ଦାସ, ଚିତ୍ତରଞ୍ଜନ ଷଡ଼ଙ୍ଗୀ,କିଶୋର ଚନ୍ଦ୍ର ଦାସ, ସୀତାଂଶୁ ସେନାପତି,ତରୁଣ ଦାସ,ସୁଧାଂଶୁ ଜେନା, ଦିପ୍ତୀମାନ ଆଚାର୍ଯ୍ୟ, ପ୍ରେମରଞ୍ଜନ ପାତ୍ର,ଜୟକୃଷ୍ଣ ବେହେରା,ରାଜୀବ ପରିଡା,ମନରଞ୍ଜନ ପଣ୍ଡା, ଦିଲ୍ଲୀପ ଗିରି,ବିଦ୍ୟାଧର ମହାନ୍ତି,ସାଜନ ଅଲ୍ଲୀ ସାହା, ଶ୍ୟାମସୁନ୍ଦର ଜେନା,ଯଶୋଦା ସିଂ,ରାଜକିଶୋର ଲେଙ୍କା,କହ୍ନେଇ ପରିଡା,କନ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ।