ମଣ୍ଡି ଅବ୍ୟବସ୍ଥା ଓ ଧାନ ଅଭାବୀ ବିକ୍ରିର ପ୍ରତିକାର ପାଇଁ କିଷାନକଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାରେ ଧାନମଣ୍ଡିର ଅବ୍ୟବସ୍ଥା ଓ ଧାନର ଅଭାବୀ ବିକ୍ରୀର ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ କେନ୍ଦ୍ରାପଡା ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଜିଲ୍ଲାରେ ବର୍ତ୍ତମାନ ସରକାର ଯେପରି ଭାବରେ ମଣ୍ଡିି ଖୋଲିବାରେ ଅହେତୁକ ବିଳମ୍ବ କରିଛନ୍ତି ଏବଂ ବସ୍ତା ପିଚ୍ଛା ବିଭିନ୍ନ ଆଳ ଦେଖାଇ ଧାନ କିଣା ସମୟରେ କଟନୀ ଛଟନୀ, ମିଲର ମନମାନୀରେ ମଣ୍ଡିରୁ ଧାନ ଉଠାଣ, ଟୋକନ ସମସ୍ୟା ଓ ଧାନ ବିକ୍ରିକରି ପ୍ରାପ୍ୟ ପାଇବାରେ ବିଳମ୍ବ ଏବଂ ମଣ୍ଡିର ଅବ୍ୟବସ୍ଥା ଯୋଗୁଁ ଧାନରେ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ଅଣ୍ଡର ରେଟ୍‌ରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ଉଦାସୀନତା ଓ ତୃଟିପୂର୍ଣ୍ଣ ଧାନ କ୍ରୟ ନୀତି ଯୋଗୁଁ ପ୍ରତିବର୍ଷ ଏପରି ସମସ୍ୟା ବଢିଚାଲିଛି । ତେଣୁ ଏହି ସମସ୍ୟା ଗୁଡିକୁ ସଠିକ୍ ଭାବରେ ଅନୁଧ୍ୟାନ କରାଯାଇ ଚାଷୀ କିପରି ତାଙ୍କର ହକ୍ ପାଇ ପାରିବେ ସେ ଦିଗରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଓ ପିସିସି କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପ୍ରତି ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଚଳିତମାସ ୨୭ତାରିଖଠାରୁ ୩୦ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ଧାନମଣ୍ଡି ଗୁଡିକ ପରିଦର୍ଶନ ଓ ମଣ୍ଡିରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସଠିକ୍ ଅନୁଧ୍ୟାନ କରାଯାଇ ଏହାର ସମାଧାନ କରାଯିବା ପାଇଁ କେନ୍ଦ୍ରାପଡା ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ସମସ୍ୟାର ଆଶୁ ସମାଧାନ କରା ନ ଗଲେ ବାଧ୍ୟ ହୋଇ କିଷାନ କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୋଧରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଜିଲ୍ଲା କିଷାନ କଂଗ୍ରେସ ସଭାପତି ନାରାୟଣ ଚନ୍ଦ୍ର ପରିଡା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ, ବ୍ରଜବନ୍ଧୁ ଦାଶ, କଳ୍ପତରୁ ପ୍ରଧାନ, ମହମ୍ମଦ ଆକବର ଅଲ୍ଲୀ, ମୁକ୍ତାର ଖାଁ, ଦୁତି ପ୍ରକାଶ ସେଠୀ, ଧରଣୀଧର ସୁଆର, ରତିକାନ୍ତ ସାମଲ, ଅନନ୍ତ କୁମାର ସ୍ୱାଇଁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ