ବିଧାୟକଙ୍କ ସଭାରେ ବିଶୃଙ୍ଖଳାକୁ କୁତରଙ୍ଗ ବିଜେଡିର ଘୋର ନିନ୍ଦା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମୁଖ୍ୟମନ୍ତ୍ରୀଙ୍କ ବହୁମୁଖୀ ଯୋଜନା ଗୁଡିକର ସଫଳ ରୂପାୟନ ଉଦେଶ୍ୟରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ତାଙ୍କ ଉଦ୍ୟମ ଜାରି ରଖିଥିବା ବେଳେ କେତେକ ନ୍ୟସ୍ତସ୍ୱାର୍ଥ ଜଡିତ ବ୍ୟକ୍ତି ତାଙ୍କର ବିରୋଧକରି ବଗଡାରେ ଅନୁଷ୍ଠିତ ସଭାରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିଲେ । ଏଭଳି ହୀନ ମନ୍ୟତା ଘଟଣାକୁ କୁତରଙ୍ଗ ବିଜୁ ଜନତା ଦଳ ପକ୍ଷରୁ ଘୋର ନିନ୍ଦା କରାଯାଇଛି । କୁତରଙ୍ଗ ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୀତାସୁନ୍ଦରୀ ମଲ୍ଲିକ, ସମିତି ସଭ୍ୟା ମିନତୀ ଦାସ, ପଞ୍ଚାୟତ ସଭାପତି ଗୋଲଖ ଚନ୍ଦ୍ର ଜେନା, କୁତରଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ପଦ୍ମନାଭ ସାହୁ, ଯୁବନେତା ନରୋତ୍ତମ ମଲ୍ଲିକ, ଆଇନିଜୀବୀ ନିରଞ୍ଜନ ବଳ, ସୁରେଶ ଚନ୍ଦ୍ର ସ୍ୱାଇଁ, ପ୍ରକାଶ ଦାସ, ମଥୁରୀ ମଲିକ, ନୃସିଂହ ଚରଣ ରାଉତ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ପରିଡା, ଦୁଃଶାସନ ମଲ୍ଲିକ, ସୁଜାତା ଦାସ, ଅଜୟ କୁମାର ସ୍ୱାଇଁ, ପ୍ରମୋଦ କୁମାର ମଲିକ, ନିଳମଣୀ ଜେନା, ଶରତ ଜେନା ପ୍ରମୁଖ ଏହି ଘଟଣାର ଦୃଢ ନିନ୍ଦା କରିଛନ୍ତି ।


