ମଣ୍ଡି ଖୋଲିଛି : ଆସୁନାହାନ୍ତି ମିଲର : ଚିନ୍ତାରେ ଚାଷୀ

ବନ୍ତ, (ଚାନ୍ଦିନୀ ମହାନ୍ତି) :ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଧାନମଣ୍ଡି ଖୋଲି ଧାନ କିଣା ଆରମ୍ଭ ହୋଇଥିବା ବେଳେ ବହୁ ସ୍ଥାନରେ ମିଲର ଆସୁନଥିବା ଜଣାଯାଇଛି । ଗତ ୫ ତାରିଖରୁ ଚାଷୀ ମାନେ ଧାନ ବିକ୍ରି ପାଇଁ ଟୋକନ ପାଇଥିବା ବେଳେ ଏବେ ସୁଦ୍ଧା ସେମାନେ ଧାନ ବିକ୍ରି କରିପାରୁନାହାନ୍ତି । ମିଲରଙ୍କ ମନମୁଖୀ କାର୍ଯ୍ୟରେ ଚାଷୀ ବଳି ପଡୁଥିବାର ଦେଖାଯାଇଛି । କେଉଁଠି ମିଲର ମାନେ କୁଇଁଣ୍ଟାଲ ପିଛା ୭ରୁ ୮ କିଗ୍ରା କଟିଂ କରୁଛନ୍ତି । ଏହି ପରିମାଣରେ କଟିଂ କରାନଗଲେ ମିଲର ମାନେ ଧାନ କିଣିବେ ନାହିଁ ବୋଲି ଧମକ ଦେଉଛନ୍ତି । ଅପରପକ୍ଷେ ଚଳିତ ବର୍ଷ ରୋଗ ପୋକ ଯୋଗୁ ଫସଲ ଅମଳ ୫୦ ପ୍ରତିଶତ କମି ଯାଇଛି । ଏପରିପେକ୍ଷୀରେ ଦଲାଲ ମାନେ ଫାଇଦା ମାରୁଥିବା ଦେଖାଯାଇଛି । ଚାଷୀ ମାନଙ୍କ ଠାରୁ ମନଇଛା ୧ ହଜାରରୁ ୧୧ ଶହ ଟଙ୍କାରେ ଧାନ କିଣି ନେଉଥିବା ଦେଖାଯାଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ