ମଣ୍ଡି ସମସ୍ଯା ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର
ଛତ୍ରପୁର, (ଦେବଦତ୍ତ ମହାରଣା):ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ଆରମ୍ଭ ହୋଇଛି। ବିଭିନ୍ନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାନ ରଖି ବିକ୍ଷୋଭ କରୁଛନ୍ତି ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ଚାଷୀ ମାନେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପଦର୍ଶନ କରିବା ସହ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରିଛନ୍ତି ।ଗଞ୍ଜାମଜିଲ୍ଲାରେ ମଣ୍ଡି ଖୋଲିବାର ମାସେ ବିତିଯାଇଥିଲେ ସୁଦ୍ଧା ଅଧା ଚାଷୀଙ୍କ ଧାନ କିଣା ଯାଇ ନାହିଁ । ବିଭିନ୍ନ ମଣ୍ଡିର ଚାଷୀଙ୍କୁ ମିଲର ମାନେ କଟନି ଛଟନି ନାମରେ କୁଇଣ୍ଟାଲ ପ୍ରତି ୧୦ କେଜି ଧାନ କାଟି ନେଉଥିବା ବେଳେ ଏଫ୍-ଏ-କ୍ୟୁର ମାନ ଆଳରେ ଚାଷୀଙ୍କୁ ହଇରାଣ ହରକତ କରୁଥିବାର ଅଭିଯୋଗ କରିଛନ୍ତି ଚାଷୀ ଏହା ସହ ଅଖା ପଇସା ଏବଂ ଟୋକେନ୍ ଅବଧି ବୃଦ୍ଧି ଏହି ସବୁ ସମସ୍ୟା ର ସମାଧାନ ନ କରାଗଲେ ରାଜରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଏହି ଦାବି ପତ୍ର ପ୍ରଦାନ ବେଳେ ଜିଲ୍ଲା ସଂଯୋଜକ ସଦସ୍ଯ ରମେଶ କର, ଇଜୁ ଆମିନ ଖାନ, ଭାଗିରଥି ବେହେରା , ପାତ୍ର , କିଶୋର ଚନ୍ଦ୍ର ସାହୁ, ନାଗେଶ୍ବର ଚାନ୍ଦ ଓ ମହେଶ ଗୌଡ ପ୍ରମୁଖ ଉପସ୍ଥିତ ରହିଥିଲେ ।


