ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ : ୬ ଜଣ ସଫଳ ମାଛ ଚାଷୀଙ୍କୁ ସମ୍ବର୍ଦ୍ଧିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଳବାଣୀ ଠାରେ ଆତ୍ମା ପ୍ରଶିକ୍ଷଣ ସଭାଗୃଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇ ଯାଇଛି। ଏଥିରେ ବ୍ରହ୍ମପୁର ମସ୍ୟ  ଉପନିର୍ଦ୍ଦେଶକ ଶିବ ପ୍ରସାଦ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମାଛ ଏକ ଲାଭଜାନକ ଚାଷ।ଏଥି ନିମନ୍ତେ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ତେଣୁ କନ୍ଧମାଳରେ ଅଧିକରୁ ଅଧିକ ମାଛ ଚାଷ କରିବାକୁ ଚାଷୀମାନେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ।ଏହି ଅବସରରେ ବିଶ୍ବ ମତ୍ସ୍ୟ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଛଅ ସଫଳ ମାଛ ଚାଷୀଙ୍କୁ ବିଭାଗ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ମତ୍ସ୍ୟ ପୋଖରୀ ଯୋଜନାରେ ଦାରିଙ୍ଗବାଡି ବ୍ଲକର ବିଲ ପ୍ରଧାନ ଓ କେ.ନୂଆଗାଁ ବ୍ଲକର ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ପଞ୍ଚାୟତ ପୋଖରୀ ଯୋଜନାରେ ଫିରିଙ୍ଗିଆ ବ୍ଲକର ଜୟ ଜଗନ୍ନାଥ ମହିଳା ସ୍ବୟଂସହାୟକ ଗୋଷ୍ଠୀ, ଖଜୁରପୀଡା ବ୍ଲକର ବାବା ସୁନାମଣି ମହିଳା ସ୍ବୟଂସହାୟକ ଗୋଷ୍ଠି, ମା ବରାଳଦେବୀ ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଭାପତି ରବୀନ୍ଦ୍ର ଜାନି ଓ ଫୁଲବାଣୀ ମତ୍ସ୍ୟ ଉଦ୍ୟୋଗୀ ଗୋବିନ୍ଦଚନ୍ଦ୍ର ପରିଡାଙ୍କୁ ମୁଖ୍ୟ ଅତିଥି ଶ୍ରୀ ଭୋଇ ସମ୍ବର୍ଧିତ କରିଥିଲେ । ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଫିରିଙ୍ଗିଆ ସହକାରୀ ମତ୍ସ୍ୟ ଅଧିକାରୀ ଆଶାଲକ୍ଷ୍ମୀ ନରେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଖଜୁରୀପଡା ସହକାରୀ ମତ୍ସ୍ୟ ଅଧିକାରୀ ଜ୍ଞାନରଂଜନ ସେଠୀ, ବାଲିଗୁଡା ସହକାରୀ ମତ୍ସ୍ୟ ଅଧିକାରୀ ସୁରେଶନ ମଲ୍ଲିକ,ଜି.ଉଦୟଗିରି କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟିକା ରାଂବିଲତା ମାଣ୍ଡାଙ୍ଗିଙ୍କ ସମେତ ସବୁ ବ୍ଳକର ସହକାରୀ ମତ୍ସ୍ୟ ଅଧିକାରୀ, ଚାଷୀ, ଉଦ୍ୟୋଗୀ ଏବଂ ମହିଳା ସ୍ବୟଂସହାୟକ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ