ମଦରସ ଇଣ୍ଟରନ୍ୟାସନାଲ ରେସିଡେଣ୍ଟାଲ ସ୍କୁଲ କଲେଜରେ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡସ୍ଥିତ ମଦରସ ଇଣ୍ଟରନ୍ୟାସନାଲ ରେସିଡେଣ୍ଟାଲ ସ୍କୁଲ କଲେଜ ସଭାକକ୍ଷ ପରିସରରେ ଇଂ. ବା’ାନିଧି ଦାସଙ୍କ ଅଧ୍ୟକ୍ଷତାରେ ଖଲ୍ଲିକୋଟ, ବିରୁଳି ଓ ଆଠଗଡ ଅଞ୍ଚଳରେ ଚଳିତ ବର୍ଷ ୧୦ମ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତରୁ ଉର୍ଦ୍ଧ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୧୬ଜଣ ଛାତ୍ରଛାତ୍ରୀଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଫୁଲ୍ଲ କୁମାର ରଥ , ମୁଖ୍ୟ ବକ୍ତା ରୁପେ ଶରତ ଚନ୍ଦ୍ର , ଶ୍ରୀ ଲାଲଟେନ୍ଦୁ ସାମନ୍ତ , ପ୍ରକାଶ ଚନ୍ଦ୍ର ମିଶ୍ର, ଶ୍ରୀ ଜ୍ଞାନାନନ୍ଦ ସାଗର ବେହେରା ପ୍ରଭୃତି ଯୋଗ ଦେଇଥିଲେ । ୧୬ଜଣ କୃତିତ୍ତ୍ୱ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସଜ୍ମୋଚ୍ଚ ନମ୍ବର ରଖିଥିବା କାହ୍ନୁ ଚରଣ ନୋଡାଲ ହାଇସ୍କୁଲ , ମଥୁରାର ଛାତ୍ର ଶ୍ରୀ ଜୀବନ ଜେନାଙ୍କୁ ଖଲ୍ଲିକୋଟ ପ୍ରାକ୍ତନ ବିଧାୟକ ସ୍ୱର୍ଗତ ତ୍ରୀନାଥ ସାମନ୍ତରା ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇ ନଗଦ୨ହଜାର ଟଙ୍କା ପ୍ରଦାନ କତରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ