ମଦ୍ରାସା ଇସଲାମିଆ ଆରବିୟାରେ ପୋଷାକ ବିତରଣ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ଦିଲୱାରପୁରସ୍ଥିତ ମଦ୍ରାସା ଇସଲାମିଆ ଆରବିୟାରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଜନାବ ସେକ ଗୋଫ୍ରାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପୈାର ଉପାଧ୍ୟକ୍ଷା ଆକବରୀ ଖାତୁନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କୁ ଦୁଇହଳ ଫ୍ରକ, ପ୍ୟାଣ୍ଟ, ସାର୍ଟ, ଜୋତା ଓ ମୋଜା ବଣ୍ଟନ କରିବା ସହ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମଦ୍ରାସାର ପ୍ରଧାନ ମୈାଲବୀ ସୟଦ ଅଖତର ଅଲ୍ଲୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ସି.ଆର.ସି.ସି. ଦେବାଶିଷ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନରେ ମନୋନିବେଶ କରି ଭବିଷ୍ୟତରେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମଦ୍ରାସା ପରିଚାଳନା କମିଟିର ସଦସ୍ୟ ଆଇନଜୀବୀ ସୟଦ ମୁକ୍ତାର ଅଲ୍ଲୀ, ସେକ ନୁରୁଦ୍ଦିନ ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୈାଲାନା ଖୁର୍ସିଦ ଅନୱର, ସୟଦା ସୁହିଲ ଅଖତର, ସେକ ଦିୱାନ, ନସିମ ଖାଁ, ମୈାଲାନା ମୁସରଫ ବସ୍କ, ମୈାଲାନା କମାଲୁଦ୍ଦିନ, ମୈାଲାନା ମୁଜିବ ଅସରଫ, ମୈାଲାନା ମୀର ତବରେଜ, ସେକ ଅବଦୁଲ ମଳସୁଦ, ମୈାଲାନା ମହମ୍ମଦ ଫୁରକାନ, ମହମ୍ମଦ ଅବଦୁସ ସଲାମ, ମହମ୍ମଦ ରିଜୱାନୁର ରହେମାନ ପ୍ରମୁଖ ମଦ୍ରାସାର ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ