ମଦ ଜବତ, ଜଣେ ଗିରଫ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ଗୁରବାର ବନ୍ତ ଥାନା ଅଧିନ ବାଇପୁର ଛକ ଠାରେ ପୋଲିସ ୫ ଲିଟର ଦେଶୀ ମଦ ଜବତ କରିବା ସହ ଏଥିରେ ସଂପୃକ୍ତ ଭଣ୍ଡରିପୋଖରୀ ଥାନା ଶଂଖୁଳା ଗ୍ରାମର ନିଳମଣି ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ଗୁରବାର ସନ୍ଧ୍ୟା ୭ଟା ବେଳେ ସଂପୃକ୍ତ ବ୍ୟକ୍ତି ଚୋରା ଦେଶୀ ମଦ ନେଇ ଯାଉଥିବା ବେଳେ ବାଇପୁର ଛକରେ କିଛି ଲୋକ ତାଙ୍କୁ ଅଟକାଇ ପୋଲିସ ଖବର ଦେଇଥିଲେ । ପୋଲିସ ପହଞ୍ôଚ ମଦ ଜବତ କରିବା ସହ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଥିଲା । ଏନେଇ ପୋଲିସ କେସ ନଂ-୧୬୮/୧୯ ମୂଳେ ମାମଲା ରୁଜ୍ଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ