ମଦ ଜବତ, ୧ଗିରଫ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଧାମନଗର ଅବକାରୀ ଥାନା ପକ୍ଷରୁ ଆଜି ବେଆଇନ ମଦ ଜବତ କରାଯାଇଥିବା ବେଳେ ଏନେଇ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି। ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦେଶ କ୍ରମେ ଅବକାରୀ ଥାନା ଅଧିକାରୀ ଜଗନ୍ନାଥ ମିଶ୍ରଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ୪୦ଲିଟର ରନ୍ଧା ମଦ ଜବତ ହୋଇଥିଲା। ବେଆଇନ ଭାବେ ମଦ ବିକ୍ରୟ କରୁଥିବା ଅଭିଯୋଗ ରେ ତାଳପଦା ଗ୍ରାମର ବାବାଜୀ ଜେନାକୁ ଗିରଫ କରିଥିଲା। ଚଢ଼ାଉରେ ଏଏସଆଇ ଦୀପକ ରାଉତ, ପୁରୁଷୋତ୍ତମ ମଲ୍ଲିକ, ସୁବାଶିଷ ରାଉତ ପ୍ରମୁଖ ସାମିଲ ହୋଇଥିଲେ।