ମଦ ଦୋକାନୀ ମାନୁ ନାହାଁନ୍ତି ସରକାରୀ ନିତି ନିୟମ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡ଼ା, ଚାରିଛକ, ନୟାହାଟ, ଅସ୍ତରଙ୍ଗ, କାକଟପୁର, କୋଣାର୍କ ଅଞ୍ଚଳ ରେ ସରକାରୀ ରାଜସ୍ୱ ବୃଦ୍ଧି ଆଳ ରେ ଜିଲ୍ଲା ପ୍ରଶାସନ ଛତୁ ଫୁଟିଲା ପରି ସରକାରୀ ଦେଶୀ, ବିଦେଶୀ ମଦ ଦୋକାନ ଓ ବାର ଖୋଲି ଦେଇଛନ୍ତି।ଦୋକାନ ଓ ବାର ଗୁଡ଼ିକ ଅଧିକ ମଦ ବିକ୍ରୀ କରିବା ଉଦ୍ଦେଶ୍ୟ ରଖି ସରକାରୀ ନିତି ନିୟମ କୁ ପାଳନ କରୁନଥିବା ଅଭିଯୋଗ ହେଉଛି। ସବୁ ଦୋକାନ ଓ ବାର କି କି ମଦ ମହଜୁଦ ଅଛି ଓ କାହାର ମୂଲ୍ୟ କେତେ ତାର ତାଲିକା ଦୋକାନ ସମ୍ମୁଖ ରେ ପ୍ରଦର୍ଶନ କରିବା କଥା। ଏକ ନିର୍ଦ୍ଦିଷ୍ଟ ସମୟ ରେ ଦୋକାନ ଓ ବାର ଖୋଲାଯାଇ ନିର୍ଦ୍ଦିଷ୍ଟ ସମୟ ରେ ବନ୍ଦ କରାଯିବା ନିୟମ ରହିଛି। କୌଣସି ବ୍ୟକ୍ତିବିଶେଷ ଙ୍କୁ ଅଧିକ ପରିମାଣ ରେ ମଦ ବିକ୍ରୟ କରା ଯାଇ ପାରିବନାହିଁ ବୋଲି ନିୟମ ରହିଛି। ମଦ ବୋତଲ ଉପରେ ଲେଖା ଯାଇଥିବା ମୂଲ୍ୟ ଠାରୁ ଅଧିକ ଟଙ୍କା ରେ ମଦ ବିକ୍ରୀ କରାଯାଇ ପାରିବ ନାହିଁ। ମଦ କିଣୁଥିବା ବ୍ୟକ୍ତି ମାନଙ୍କୁ ରସିଦ ପ୍ରଦାନ କରାଯିବାକୁ ସରକାରୀ ନିୟମ ରହିଛି। କିନ୍ତୁ ଏହି ଅଞ୍ଚଳ ରେ ଥିବା ମଦଦୋକନୀ ଓ ବାର ମାଲିକ ମାନେ ଏହି ସବୁ ସରକାରୀ ନିତି ନିୟମ କୁ ପାଳନ କରୁନଥିବା ସାଧାରଣ ରେ ଅଭିଯୋଗ ହେଉଛି। ମାଲିକ ମାନେ ଯେଉଁଠି ମଦ ମହଜୁଦ ରଖିବା ପାଇଁ ଅନୁମତି ପାଇଛନ୍ତି ସେଠାରେ ମଦ ମହଜୁଦ ନ ରଖି ଅନ୍ୟ ସ୍ଥାନ ରେ ମହଜୁଦ ରଖୁଥିବା ଦେଖାଯାଇଛି। ଫଳରେ ସରକାରୀ ଭାବେ ଯେଉଁ ନିର୍ଦ୍ଦିଷ୍ଟ ଦିନ ଦୋକାନ ସିଲ କରାଯାଉଛି ତାହା ଲୋକ ଦେଖାଣିଆ ପାଲଟୁଛି। ଦୋକାନ ସିଲ ହୋଇଥିଲେ ମଧ୍ୟ ଯାହାକୁ ଯେତେ ମଦ ଖୋଲା ବଜାର ରେ ମିଳି ପାରୁଛି। ଏକାଧିକ ସ୍ଥାନ ରେ ମଦ ମହଜୁଦ ରଖିବା କାରଣରୁ ଚୋରା ମଦ କାରବାର ବୃଦ୍ଧି ପାଉଛି। ସରକାର ଙ୍କୁ ଟିକସ ଦେଉଥିବାରୁ ଦୋକାନୀ ଓ ବାର ମାଲିକ ମାନଙ୍କ ବିରୋଧରେ ସ୍ଥାନୀୟ ପୋଲିସ ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ବିଭିନ୍ନ ସ୍ଥାନ ରେ ଏଜେଣ୍ଟ ଙ୍କ ମାଧ୍ୟମ ରେ ଦୋକାନୀ ଓ ବାର ମାଲିକ ମାନେ ମଦ ଚୋରା କାରବାର ଖୋଲାଖୋଲି କରି ଆସୁଥିଲେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଦୋକାନୀ ଓ ବାର ମାଲିକ ମାନେ କିଛି ଆସାମାଜିକ ଯୁବକ ଙ୍କୁ ଦୋକାନ ପାଖରେ ବସାଇ ବ୍ୟବସାୟ କରୁଥିବାରୁ କେହି କିଛି ପ୍ରତିବାଦ କରି ପାରୁନାହାଁନ୍ତି। ଯଦି କେହି ବ୍ୟକ୍ତି ମଦ ର ମୂଲ୍ୟ ଓ ରସିଦ ସମ୍ପର୍କ ରେ ପ୍ରଶ୍ନ କରୁଛନ୍ତି ତାଙ୍କୁ ମଦ ନ ଦେଇ ଦୁଃବ୍ୟବହାର କରାଯାଇ ଫେରାଇ ଦିଆଯାଉଛି। ସରକାରୀ ନିତି ନିୟମ କୁ ପାଳନ କରୁନଥିବା ମଦ ଦୋକାନୀ ଓ ବାର ମାଲିକ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣ ରେ ଦାବି ହେଉଛି। ରାଜ୍ଯ ଭିଜିଲାନ୍ସ ବିଭାଗ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ