ମଧୁବନ ପ୍ରାଥମିକ ବିଦ୍ୟାଳୟର ପ୍ରସ୍ତୁତି ବୈଠକ

ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ) : ମଧୁବନ ପ୍ରାଥମିକ ବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବ୍ରହ୍ମପୁର ଦୃଷ୍ଟିହୀନ ବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ବିଜୟ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ ।ଇଯାଇଛି । ଉକ୍ତ ବୈଠକରେ ବିଦ୍ୟାଳୟର ଶତବାର୍ଷିକୀ ଉଦଯାପନ ଉତ୍ସବ ଆସନ୍ତା ଡିସେମ୍ବର ୨୮ ତାରିଖରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାସହ ଉଦଯାପନ ଦିବସରେ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ଜିଲା ଶିକ୍ଷାଧକାରୀ ସନାତନ ପଣ୍ଡା, ଦିଗପହଣ୍ଡି ବିଇଓ, ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ଜିଲା ଶିକ୍ଷାଧିକାରୀ ସୁବାସ ଚନ୍ଦ୍ର ରଥ, ଗବେଷକ ଅନନ୍ତ କର ପ୍ରମୁଖଙ୍କୁ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯିବ ବୋଲି ସ୍ଥିରିକୃତ ହେ ।ଇଥିଲା । ଗଡ଼ମୁଠା ଅଞ୍ଚଳର ସମସ୍ତ ପୁରାତନ ଛାତ୍ରମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିବେଦନ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶତବାର୍ଷିକୀ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଶିକ୍ଷାବିତ ଦଣ୍ଡପାଣି ସାହୁ, ପୂର୍ବତନ ସମିତିସଭ୍ୟ ସତ୍ୟ ନାରାୟଣ ରଥ, ଦେବୀ ପ୍ରସାଦ ରଥ, ସ୍କୁଲର ପ୍ରଧାନ ଶିକ୍ଷକ ମନେ ।ଜ କୁମାର ଦଳାଇ, ସହକାରୀ ଶିକ୍ଷକ ରାମକୃଷ୍ଣ ଗୌଡ଼, ସୁଶାନ୍ତ କର, ପବିତ୍ର ଚୌଧୁରୀ ପ୍ରମୁଖ ଅ ।ଲେ ।ଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ