ରେଶମ ସହରରେ ପଶମ ବଜାର

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ରେଶମ ସହରରେ ଶୀତ ମାସରେ ଖୋଲିଥାଏ ପଶମ ବଜାର । ଏହି ବଜାର ଖୋଲିଥାନ୍ତି ଗଜପତି ଜିଲ୍ଲା ଚନ୍ଦ୍ରଗିରି ଓ ଜିରାଙ୍ଗ ଅଂଚଳରେ ବସବାସ କରୁଥିବା ତିଵତୀୟ ଶରଣାର୍ଥୀ ମାନେ। ବର୍ଷ ବର୍ଷ ଧରି ଏହି ବ୍ୟବସାୟୀମାନେ ବ୍ରହ୍ମପୁର ସହରର ଚର୍ଚ୍ଚ ପଡିଆରେ ଏହି ପଶମ ବା ଉଲେନ ମାର୍କେଟ କରିଆସୁଛନ୍ତି । ପ୍ରାୟ ୫୦ଟି ଦୋକାନ ଗୋଟିଏ ସ୍ଥାନରେ ଖୋଲା ଯାଉଥିବାବେଳେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସେପୁଣି ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଉପଲବ୍ଧ ହେଉଛି। ଏଠାରେ ସ୍ୱଳ୍ପ ମୁଲ୍ୟରେ ଶୀତ ବସ୍ତ୍ର ମିଳୁଥିବା ବେଳେ ଗ୍ରାହକଙ୍କ ରୁଚି ଓ ପସନ୍ଦକୁ ଧରି ବିକ୍ରିବଟା ହୋଇଥାଏ ।ସାଧାରଣତଃ ଏହି ତିଵତୀୟ ମାନେ ରାଜ୍ୟର ବିଭିନ୍ନ ସହରରେ ଶୀତ ବସ୍ତ୍ର ବ୍ୟବସାୟ କରିଥାନ୍ତି। ଅନ୍ୟ ସମୟରେ ନିଜ ବାସସ୍ଥାନରେ ଫଳ ଓ ମକ୍କା ଚାଷ କରି ପରିବାର ଗୁଜରଣ କରିଥାନ୍ତି। ତେବେ ଏହି ବ୍ୟବସାୟୀମାନେ ପୂର୍ବରୁ ଯଦିଓ ନିଜେ ଶୀତ ବସ୍ତ୍ର ତିଆରି କରି ବ୍ୟବସାୟ କରୁଥିଲେ ଏବେ କିନ୍ତୁ ବ୍ରାଣ୍ଡେଡ଼ କମ୍ପାନୀର ଶୀତ ପୋଷାକ ସହିତ ପ୍ରତିଯୋଗିତା କରିବା ସମ୍ଭବପର ନଥିବା କାରଣରୁ ଲୁଧିଆନାରୁ କ୍ରୟ କରି ଆଣି ବିଭିନ୍ନ ସହରରେ ବ୍ୟବସାୟ କରୁଛନ୍ତି। ତେବେ ସେ ଯାହା ହେଉନା କାହିଁକି ରେଶମ ସହରରେ ଲୋକେ ତିଵତୀୟମାନଙ୍କ ଏହି ସ୍ୱତନ୍ତ୍ର ପଶମ ବଜାରକୁ ଲୋକେ ଯେମିତି ଚାହିଁ ରହିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ