ମଧୁସୁଦନ ଦାସଙ୍କ ୧୭୩ତମ ଜୟନ୍ତୀ ପାଳିତ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ୧୭୩ତମ ଜୟନ୍ତୀ ବାଲିଆ ଦୟାନନ୍ଦ ସେବାଶ୍ରମରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । କରୋନା ମହାମାରୀ ପାଇଁ ସାମାଜିକ ଦ୍ୱରତାକୁ ବଜାୟ ରଖି ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖାର କେତେକ କାର୍ଯ୍ୟକର୍ତ୍ତା ଓ ସଭ୍ୟବୃନ୍ଦ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନକରି ଶ୍ରଦ୍ଧାସୁମନ ଜଣାଇଥିଲେ । ବାନାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ମହାମାରୀ କରୋନା ଶୀଘ୍ର ଅବସାନ ପାଇଁ ଉତ୍କଳର ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରାଯାଇ ମଧୁବାବୁଙ୍କ ଜୀବନାଦର୍ଶ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉତ୍କଳ ସମ୍ମିଳନୀର ସଦସ୍ୟ ଶରତ ଚନ୍ଦ୍ର ରାଉତ,ମଦନମୋହନ ବେହେରା,ପ୍ରମୋଦ କୁମାର ସାହୁ,ବସନ୍ତ କୁମାର ଜେନା,ନାରାୟଣ ପତି,ନିରଞ୍ଜନ ସ୍ୱାଇଁ,ନାରାୟଣ ସ୍ୱାଇଁ,ଦେବକୀନନ୍ଦନ ମିଶ୍ର,ସୁବାଷ ଚନ୍ଦ୍ର ବରାଳ,ନଗେନ୍ଦ୍ର ରାଉତ,ମାନସ କୁମାର ଦାସ,ରଘୁନାଥ ଦାସ,ସୁଶାନ୍ତ କୁମାର ସାହୁ,ସ୍ଥାନୀୟ ସରପଂଚ ଧରଣୀଧର ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଜ୍ଞାପନ କରିବା ସହ ମଧୁବାବୁଙ୍କ ଜୀବନାଦର୍ଶ ଉପରେ ନିଜସ୍ୱ ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ,ଓଡିଆ ଭାଷା ସାହିତ୍ୟ,ସଂସ୍କୃତି ଓ ଓଡିଆ ଜାତିର ମାନରକ୍ଷା ନିମନ୍ତେ ମଧୁବାବୁଙ୍କ ଉତ୍ସର୍ଗୀକୃତ ଜୀବନ ଉତ୍ତରପିଢୀଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ଓ ମହତ୍ୱପୂର୍ଣ୍ଣ ବୋଲି ସଭାପତି ଶ୍ରୀ ସାହୁ ବକ୍ତବ୍ୟ ରଖିଥିଲେ । ମଧୁବାବୁଙ୍କ ସମେତ ଯେଉଁ ମହା ମନିଷୀଗଣ ଉତ୍କଳ ସମ୍ମିଳନୀ ଭଳି ମର୍ଯ୍ୟାଦାପୂର୍ଣ୍ଣ ସଂଗଠନ ସୃଷ୍ଟିକରି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସହ ଓଡିଆ ଜାତିର ଟେକ ରଖିଯାଇଛନ୍ତି ସେହି ମହାନ ପୂଣ୍ୟାତ୍ମା ଆମ୍ଭମାନଙ୍କର ଚିରସ୍ମରଣୀୟ ହୋଇରହିବେ ବୋଲି ସମାଜସେବୀ ପ୍ରମୋଦ କୁମାର ସାହୁ ମତବ୍ୟକ୍ତ କରିଥିଲେ । ଉତ୍କଳ ସମ୍ମିଳନୀର ଏଭଳି କାର୍ଯ୍ୟକ୍ରମର ବ୍ୟାପକତା ନିମନ୍ତେ ପ୍ରେରଣା ପ୍ରଦାନ କରିଥିଲେ । ଅବକ୍ଷୟମୁଖୀ ଯୁବଚେତନାର ଜାଗରଣ ପାଇଁ ଉତ୍କଳ ସମ୍ମିଳନୀ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କରୋନା କଟକଣା ଅବସରରେ ସୁଚିନ୍ତିତ କାର୍ଯ୍ୟକ୍ରମ କରାଯିବାର ସାମୁହିକମତ ପ୍ରକାଶ ପାଇଥିଲା । ନିଶାରାକ୍ଷସ କବଳକୁ ଯୁବବର୍ଗ ନଯିବା ପାଇଁ ମଧୁବାବୁଙ୍କ ସମେତ ସ୍ୱତନ୍ତ୍ର ଓଡିଶା ଗଠନର ବିନ୍ଧାଣୀ ସୂର୍ଗୀୟ ମହାନ ପୂଣ୍ୟାତ୍ମା ଓ ଉତ୍କଳ ସମ୍ମିଳନୀ ର ଆହ୍ୱାନ ବୋଲି ମଦନମୋହନ ବେହେରା ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ