“ମଧ୍ୟବିତ ଙ୍କ ଉପରେ କରୋନା ମାଡ ଲୋକେ ହନ୍ତସନ୍ତ “!

ତିର୍ତୋଲ, (ଅଭିଷେକ ତ୍ରିପାଠୀ ): “ଥିଲା ଵାଲା ଲୋକେ ତ ନିଜ ସଞ୍ଚୟ ଓ ବଡ ବ୍ୟବସାୟ କୁ ନେଇ ଚଳି ଆସୁଛନ୍ତି, ହେଲେ ଆମକୁ ବା ପଚାରେ କିଏ” ଏଭଳି କିଛି କଥା କୋହ ଭରା କଣ୍ଠରେ କହିଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ତିର୍ତୋଲ ବଜ଼ାର ର କ୍ଷୁଦ୍ର ଓ ଅତିକ୍ଷୁଦ୍ର ବ୍ୟବସାୟୀ ଓ ନିଜର କୌଳିକ ବୃତ୍ତି ନେଇ ତିନିପ୍ରାଣୀ କୁଟୁମ୍ବ ପୋଷୁଥିବା କିଛି ଅତି କ୍ଷୁଦ୍ର ବ୍ୟବସାୟୀ l ସାଧାରଣତଃ ଉପକୂଳ ଜିଲ୍ଲା ହୋଇଥିବାରୁ ଏଠାରେ ଲୋକେ ପ୍ରାୟତଃ ନିଜର କୌଳିକ ବୃତ୍ତି ନେଇ ଚଳନ୍ତି, ମାତ୍ର କରୋନା ଭୁତାଣୁ ର ପ୍ରହାର ଯେ ଏମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ l ଏଠାରେ ଧାନ, ପାନ, ମୀନ ଉପରେ ନିର୍ଭରଶୀଳ, ମାତ୍ର କରୋନା କଟକଣା ଯୋଗୁ ପାନ ଓ ମୀନ ର ଯୋଗାଣ ଉପରେ ଗୁରୁତର ପ୍ରଭାବ ପକାଇଛି l କେଉଁଠି ବଜ଼ାର ଦିନକୁ ୩-୫ ଘଣ୍ଟା ଖୋଲା ତ କେଉଁଠି କେବେ ଲକଡାଉନ ଓ ସଟଡାଉନ ପ୍ରଭାବରେ ବନ୍ଦ l ତେଣୁ ଚାଷୀ ର ବେଉସା କରୋନା ପ୍ରାୟତଃ ଛଡାଇ ନେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ l ନିଜର ପାରିବାରିକ କୌଳିକ ବୃତ୍ତି କରି କୁଟୁମ୍ବ ପୋଷୁଥିବା ଅତିକ୍ଷୁଦ୍ର ବ୍ୟବସାୟୀଙ୍କ କଥା ନକହିବା ଭଲ, ଦିନ ମାନ ଭିତରେ ଭିତରେ ୨୦-୫୦ ଟଙ୍କା ରୋଜ଼ଗାର ହେଉଛି, ତାହା ପୁଣି କେବେ ବନ୍ଦହୋଇଯାଇଛି ଲକଡାଉନ ଓ ସଟଡାଉନ କଟକଣା ଭିତରେ l ତେବେ ଗାଁ ଗାଁ ବୁଲି ବିକ୍ରି ବଟା କୁ ଅନେକ ବିରୋଧ କରୁଥିବା ବେଳେ, କରୋନା କଟକଣା ଭୁଲି ଗାଁ କୁ ଆସୁଥିବାରୁ ସେମାନଙ୍କୁ ଧମକ ମଧ୍ୟ ଦେଉଛନ୍ତି, ମୁଖ୍ୟତଃ ପରିବହନ ବ୍ୟବସାୟ କରୁଥିବା ଅଟୋ ରିକ୍ସା ଚାଳକଙ୍କ ଅବସ୍ଥା ନ କହିଲେ ଭଲ, କେଉଁ ଦିନ ୧୦୦ ତ କେଉଁ ଦିନ ଶୂନ, ତେଲ ପଇସା ମଧ୍ୟ ଉଠୁନଥିବାର ଅଭିଯୋଗ କରିଛନ୍ତି, କିନ୍ତୁ ସରକାରଙ୍କର ଶୁଭ ଦୃଷ୍ଟି କେବେ ଅଟୋ ରିକ୍ସା ଚାଳକଙ୍କ ଉପରେ ପଡିବ ଦେଖିବାକୁ ବାକି ରହିଲା l ତା ମଧ୍ୟରେ ପରିବାର ର ସ୍ତିତି ମଧ୍ୟ ବେହାଲ ହେଉଛି ଧୀରେ ଧୀରେ, ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଅନେକ ନିଜ ନିଜର କୌଳିକ ବୃତି ଛାଡି ଅନ୍ୟ କାମଧନ୍ଦା ଆପଣେଇଥିବା ବେଳେ, ପରିବାର ଚଳାଇବା କାଠିକର ପାଠ ହେଉଥିବା ପ୍ରକାଶ କରିଛନ୍ତି ତିର୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ସ) ପଞ୍ଚାୟତ ର ଜଣେ ଆଗଧାଡିର ପରିବା ଚାଷୀ ସୁନାକର ପ୍ରଧାନ, ପଚାରିଲେ ସେ କୁହନ୍ତି ପ୍ରାୟଃ ୩ ଏକର ଜମିରେ ବାଇଗଣ, ଝୁଡ଼ଙ୍ଗ, କଲରା, ଭେଣ୍ଡି, କାକୁଡି, ଆଦି ଫସଲ କରିଛି, ମାତ୍ର ସରକାରଙ୍କର ନିୟମାନୁଯାୟୀ, ପାଖ ଅଞ୍ଚଳରେ ସପ୍ତାହକୁ ୨ ଥର ହାଟ ବସିବା ଜାଗାରେ ୧ ଥର ବସୁଛି, ତେଣୁ ଅନେକ ପରିବା ପତ୍ର ବିକ୍ରି ନହୋଇ ପଡ଼ିରହୁଛି ନହେଲେ ଅଧା ପରିବା ବିଲରେ ପଡି ରହୁଛି ଅବଶିଷ୍ଟ ପରିବାକୁ ବେପାରୀ ଶାଗ ମାଛ ଦର ରେ ଦେବାକୁ ବାଧ୍ୟ ହେଉଛନ୍ତି, ତେଣୁ ସେମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କୁ ସହାୟତା ଘୋଷଣା ନକଲେ ପରବର୍ତୀ ସମୟରେ ଏହା ଆନ୍ଦୋଳନର ରୂପ ଧରିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ