ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳ ତଦନ୍ତ ଦାବୀ 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ” ଏହି କାର୍ଯ୍ୟକମକୁ ସଫଳ କରିବା ଉଦ୍ଦେଶ୍ୟରେ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋମଳମତି ପିଲାଙ୍କୁ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସ୍କୁଲରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରିଛନ୍ତି। ତେବେ କରୋନା ଆରମ୍ଭରୁ ବିଦ୍ୟାଳୟ ବନ୍ଦ ହୋଇଯିବାରୁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ଚାଉଳ ଯୋଗାଇ ଦିଆଯାଉଛି। ତେବେ ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତ ସ୍ଥିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶୁକ୍ରବାର ଦିନ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦରେ ଚାଉଳ ବିତରଣ ବେଳେ ପୋକରା ଚାଉଳ ଦିଆଯାଇଥିବା ଦେଖିବାକୁ ମିଳିଛି । ଚାଉଳରେ ପୋକ ଥିବାର ମଧ୍ୟ ସ୍ପଷ୍ଟ ଦିଶୁଛି । ତେବେ ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଯୋଗାଯୋଗ କରିବାରେ ସେ କହିଲେ ଯେ ଜାନୁଆରୀ ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ୩ ମାସର ଚାଉଳ ବିତରଣ କରିଛୁ। ବର୍ତ୍ତମାନ ଅଗଷ୍ଟ ମାସ ପର୍ଯ୍ୟନ୍ତ ଚାଉଳ ମହଜୁଦ ଅଛି, କିନ୍ତୁ ସରକାରଙ୍କ ନିର୍ଦ୍ଦଶ ଆସିଲେ ଆମେ ବିତରଣ କରିବୁ। ଚାଉଳ ରହି ପୋକ ଲାଗିଯାଉଛି। ଆମେ ଯେତିକି ପାରୁଛୁ ସଫା କରି ଛାତ୍ରଛାତ୍ରୀଙ୍କୁ ଦେଉଛୁ। ହେଲେ ପରିତାପର ବିଷୟ ସରକାର ଅଗ୍ରୀମ ଚାଉଳ ଦେଉଥିବା ବେଳେ ଅଗ୍ରୀମ ବିତରଣ କରିବାକୁ କାହିଁକି ନିର୍ଦ୍ଦେଶ ଦେଉନାହାନ୍ତି । ଫଳରେ ଏପରି ପୋକରା ଚାଉଳ ବିତରଣ କରାଯାଇଛି, ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ