ମଧ୍ୟ ପ୍ରଦେଶରେ ଭୟଙ୍କର ବନ୍ୟା, ୨୪ ଲୋକଙ୍କ ଜୀବନ ଗଲାଣି

ଭୋପାଳ: ମଧ୍ୟ ପ୍ରଦେଶର ଚମ୍ବଲ-ଗ୍ବାଲିୟର ଅଞ୍ଚଳରେ ବର୍ଷା କମିବାର ନାଁ ନେଉନାହିିଁ । ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଭୟଙ୍କର ହୋଇପଡିଛି । ଅଗଷ୍ଟ ୧ ତାରିଖରୁ ୭ ତାରିଖ ମଧ୍ୟରେ ବର୍ଷା ଓ ବନ୍ୟାରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ସେନା ଏବଂ ବାୟୁସେନା ପକ୍ଷରୁ ବନ୍ୟା ଦାଉରୁ ୮,୮୦୦ ଲୋକଙ୍କ ଜୀବନ ବଞ୍ଚାଇଥିବାବେଳେ ୨୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଗ୍ବାଲିୟର, ଶିବପୁରୀ, ଗୁନା, ଶ୍ରୋପୁର, ଦତିଆ, ଅଶୋକନଗର, ଭିଂଡ ଏବଂ ମୁରୈନା ଜିଲ୍ଲାରେ ମୁସଳଧାରାରେ ବର୍ଷା ଲାଗି ରହିବାରୁ ୧,୨୫୦ ଗାଁ ଏବେବି ବନ୍ୟାଜଳ ଘେରରେ ରହିଛି। ଶୁକ୍ରବାର ରାତିରେ ପାର୍ବତୀ ନଦୀର ବନ୍ୟାଜଳ ଓଭର ଫ୍ଲୋ ହେବାରୁ ୧୪୫ ଲୋକ ନିଜ ଘର ଭିତରେ ପାଣି ଘେରରେ ଫସି ରହିଥିଲେ। ହେଲିକପ୍ଟର ଓ ଡଙ୍ଗା ଯୋଗେ ସେମାନଙ୍କୁଉଦ୍ଧାର କରାଯାଇଥିଲା। ପ୍ରବଳ ବର୍ଷା ହେତୁ ରାଜ୍ୟରେ ବିପୁଳ କ୍ଷୟକ୍ଷତି ହୋଇଛି। ବନ୍ୟାରେ ୨୫ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ନଦୀରେ ବନ୍ୟାଜଳ ପ୍ରବଳ ଗତିରେ ଆସିବାରୁ ୬ଟି ପୋଲ ଭାସିଯାଇଛି। ଉଦ୍ଧାରକାର୍ଯ୍ୟ ପାଇଁ ୫ ୟୁନିଟ ସେନା, ୨୯ ଟିମ୍‌ ଏସ୍‌ଡିଇଆର୍‌ଏଫ୍‌, ୯ ୟୁନିଟ୍‌ ଏନ୍‌ଡିଆର୍‌ଏଫ୍‌, ବାୟୁସେନାର ୩ଟି ହେଲିକପ୍ଟର ମୁତୟନ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ