ମନବୋଧର ଅସ୍ତ୍ରୋପଚାର ପାଇଁ ଆର୍ଥିକ ସହାୟତା

ନାଉଗାଁ (ଯୁଗାବ୍ଦ ନ୍ୟୁଜ) : ବଲାଙ୍ଗୀର ଜିଲ୍ଲା ବଲପଦର ଗ୍ରାମର ୩୧ ବର୍ଷୀୟ ମନବୋଧ ବାଗ୍ଙ୍କ ମୁହଁରେ ଏକ ଟ୍ୟୁମର ଧିରେ ଧିରେ ବଢିବାରେ ଲାଗୁଛି । ଏହାର ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତି କରାଯାଇଥିଲା । କିନ୍ତୁ ବଡ ମେଡିକାଲରେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ଉପକରଣ ନଥିବା କାରଣରୁ ଅସ୍ତ୍ରୋପଚାର ପାଇଁ ଦିଲ୍ଲୀ ଏମ୍ସ ପଠାଯିବା ପାଇଁ ବିଭାଗୀୟ ଡାକ୍ତରମାନେ କହିଛନ୍ତି । ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଦୟନୀୟ ଥିବାରୁ ଦିଲ୍ଲୀରେ ରହି ଚିକିତ୍ସା ଲାଗି ସମ୍ଭବ ହେଉ ନାହିଁ । ଯାହାର ଖବର ପାଇଁ ନାଉଗାଁର କିଛି ଉତ୍ସାହିତ ଯୁବ ରଶ୍ମୀ ରଂଜନ ମହାନ୍ତି, ରଶ୍ମୀରଂଜନ ତ୍ରିପାଠୀ, ପପିନ୍ଦ୍ର ଲେଙ୍କା, ପ୍ରଶାନ୍ତ ସ୍ୱାଇଁ, ଟିକିରାମ ବିଶ୍ୱାଳ, ତାପସ ନାୟକ, ରମେଶ ବିଶ୍ୱାଳ, ପ୍ରକାଶ ସାହୁ, ରମେଶ ସାହୁ, ସନାତନ ସାହୁ, ଦିଲ୍ଲିପ କାଣ୍ଡୀ ଆଦି ଅର୍ଥ ସଂଗ୍ରହ କରି ମନବୋଧଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ବ୍ୟାଙ୍କ ଆକାଂଉଟରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।ଏହି ଯୁବକମାନଙ୍କ କାର‌୍ୟ୍କୁ ନାଉଗାଁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ