‘ମନା’ କାର୍ଯ୍ୟକାରୀ କମିଟି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):‘ମିଳିତ ନିଶା ନିବାରଣ ଅଭିଯାନ (ମନା), ଜିଲା କାର୍ଯ୍ୟକାରୀ କମିଟିର ଏକ ବୈଠକ ନେଳିଆବାଗ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସଂପାଦିକା ଗୀତାଞ୍ଜଳି ସିଂହ ବିବରଣୀ ପାଠ କରିଥିଲେ । ସାଧାରଣ ସଂପାଦିକାଙ୍କ ଅନୁପସ୍ଥିତିରେ ସଦସ୍ୟ/ସଦସ୍ୟାମାନେ ଆଲୋଚନା ପରେ ଆସନ୍ତା ବାର୍ଷିକ ସମ୍ମିଳନୀ ଏପ୍ରିଲ୍ ୯ ତାରିଖରେ ଆୟେଜେନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଉପଦେଷ୍ଟା ସୁବ୍ରତ କର, ଉପ-ସଭାପତି ଡ. କେଶବ ଚରଣ ପଣ୍ଡା ଓ ଡ. କ୍ଷିତୀଶ୍ୱର ଦାଶ, କୁମୁଦ ରଞ୍ଜନ ଗିରି, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ଅର୍ଚ୍ଚନା ନନ୍ଦୀ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଯୋଗେଶ ଚନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ଜେନା, ସ୍ନେହଲତା ପତି, କ୍ରୀଷ୍ଣା ସାହା, ସୀତାରାମ ପ୍ରଧାନ ଓ ବସନ୍ତ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅକ୍ଷୟ କୁମାର ତ୍ରିପାଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।