ମନ୍ତ୍ରୀଙ୍କ ଗ୍ରସ୍ତକୁ ବିରୋଧ କରି ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକର ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟରେ ଏକ ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦାନ ଓ ଗୋଳା ନଦୀରେ ପ୍ରକଳ୍ପ ନିର୍ମାଣ ଉଦ୍ଦେଶ୍ୟରେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କର ନାଉଗାଁ ବ୍ଲକ ଗ୍ରସ୍ତ ମଙ୍ଗଳବାର ରହିଥିଲା । କେନ୍ଦ୍ରରେ ବିଜେପି ଶାସନ ପରେ ଦେଶରେ ତୈଳଦର ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ଉତର ପ୍ରଦେଶର ଖେରୀରେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଚାଷୀ ଭାଇମାନଙ୍କୁ ହତ୍ୟା କରିବା, ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିବା ଉପରେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବା ସହ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଗ୍ରସ୍ତକୁ ବିରୋଧ କରାଯାଇଥିଲା । ଅଲଣାହାଟ ନିକଟରେ ମନ୍ତ୍ରୀ ଟୁଡୁ ପହଂଚିବା ପରେ ସେଠାରେ ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରାଯିବା ସହିତ ଅଲଣାହାଟ-ମୁଣ୍ଡାଳରୁ କୁଣ୍ଡେଶ୍ୱର ରାସ୍ତାକୁ ସଂଯୋଗ କରିଥିବା ରାସ୍ତା ଉପରେ କଳାପତାକା ପ୍ରଦର୍ଶନ କରାଯିବା ସହ ମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରାଯାଇଥିଲା । ୨ ଥର ପୃଥକ ସ୍ଥାନରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଇନ ଶୃଙ୍ଖଳା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଅଣ୍ଡାମାଡ ସଂପର୍କରେ ମନ୍ତ୍ରୀ ଟୁଡୁ ବାଟରେ କିଛି ଘଟଣା ଘଟିଥିବା ବିଷୟରେ କିଛି ଜାଣି ନଥିବା ବେଳେ ଏହା ଏକ ନିତିଦିନିଆ ଘଟଣା ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ