ମନ୍ତ୍ରୀ ଙ୍କୁ ବିରୋଧ ଯୋଗୁଁ ନବୀନ ଓଡ଼ିଶା ଆମ ଓଡ଼ିଶା କାର୍ଯ୍ୟକ୍ରମ ବନ୍ଦ

ନିମାପଡ଼ା, (ସନ୍ତୋଷ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ସ୍ଥାନରେ ରାଜନୈତିକ ବାତାବରଣ ବେଶ ଉଷ୍ମ ହୋଇ ଉଠୁଛି। ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀ ରେ ଶାସକ ବିଜେଡି ଦଳ ଦୁଇ ଫାଳ ହୋଇ ଯାଇଥିବାରୁ ବିଭିନ୍ନ ସ୍ଥାନରେ ରୋଚକ ଘଟଣା ଘଟୁଛି। ଆଜି ନିଜ ନିର୍ବାଚନ ମଣ୍ଡଳୀରେ ପୁଣି ଅପଦସ୍ତ ହୋଇଛନ୍ତି କାକଟପୁର ର ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଆଜି ଅସ୍ତରଙ୍ଗ ବ୍ଲକ ନୂଆଗଡ଼ ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର ଆୟୋଜନ ହୋଇଥିବାବେଳେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କୁ ବେଶ ଅପଦସ୍ତ ହେବାକୁ ପଡିଥିଲା । ଅସ୍ତରଙ୍ଗ ବ୍ଲକ ବିଡ଼ିଓ ଙ୍କ ଆମନ୍ତ୍ରଣ କ୍ରମେ ମନ୍ତ୍ରୀ ସଚେତନତା ଶିବିରକୁ ଆସିଥିବାବେଳେ ଉତ୍ସବସ୍ଥଳୀ ଠାରେ ସ୍ଥାନୀୟ ସରପଞ୍ଚ ଜୀତେନ୍ଦ୍ର ସ୍ଵାଇଁ ଓ ତାଙ୍କ ସମର୍ଥକ ମାନେ ତାଙ୍କୁ ଦୃଢ଼ ବିରୋଧ କରିଥିଲେ । ମଞ୍ଚକୁ ଯିବାକୁ ମନ୍ତ୍ରୀଙ୍କୁ ବାରଣ କରିବାରୁ ଘଟଣା ସ୍ଥଳ ରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ଓ ମନ୍ତ୍ରୀଙ୍କ ସମର୍ଥକ ଜୋର ଜବଦସ୍ତ ମନ୍ତ୍ରୀ ଙ୍କୁ ମଞ୍ଚ ଉପରକୁ ଉଠାଇଥିବା ବେଳେ ଅପାରଗ ମନ୍ତ୍ରୀ ଫେରିଯାଅ, ଜୟ ଶ୍ରୀ ରାମ ସ୍ଲୋଗାନ ଦେଇ ସରପଞ୍ଚ ଓ ତାଙ୍କ ସମର୍ଥକ ମାନେ ହୋ ହାଲ୍ଲା କରିଥିଲେ। ଫଳରେ ସଭାକାର୍ଯ୍ୟ ହୋଇ ପାରିନଥିଲା । ଏ ସମ୍ପର୍କରେ ମନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ମନ୍ତ୍ରୀ ଜାଣିଶୁଣି ଏହି କାର୍ଯ୍ୟକ୍ରମ କୁ ଭଣ୍ଡୁର କରିଥିବା ସ୍ଥାନୀୟ ସରପଞ୍ଚ କହିଛନ୍ତି । ଏହି ଘଟଣା ସମଗ୍ର କାକଟପୁର ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ