ମନ୍ତ୍ରୀ ତୁଷାର ପାଇଲେ ଶ୍ରେଷ୍ଠ ଆଦର୍ଶ ଯୁବ ବିଧାୟକ ପୁରସ୍କାର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ର ଯୁବ ବିଧାୟକ ତଥା ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର, ଆଇ .ଟି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଙ୍କୁ ମିଳିଛି ଶ୍ରେଷ୍ଠ ଆଦର୍ଶ ଯୁବ ବିଧାୟକ ପୁରସ୍କାର। ପୁନେ ର ଏମ ଆଇ ଟି ଶାନ୍ତି ବିଶ୍ବ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସର୍ବ ଭାରତୀୟ ଦ୍ୱାଦଶ ଭାରତୀୟ ଛାତ୍ର ସଂସଦ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀ ବେହେରା ଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରା ଯାଇଥିଲା। ଭାରତବର୍ଷ ର ଶ୍ରେଷ୍ଠ ଆଦର୍ଶ ଯୁବ ବିଧାୟକ ପୁରସ୍କାର ପାଇ ସେ ଖୁସି ବ୍ୟକ୍ତ କରିବା ସହିତ ଏହି ପୁରସ୍କାର କୁ ସମଗ୍ର ରାଜ୍ଯବାସୀ ଙ୍କୁ ସମର୍ପଣ କରିଥିବା କହିଛନ୍ତି। ଏହି ପୁରସ୍କାର ତାଙ୍କୁ ଆଗକୁ ନିଷ୍ଠା ଓ ସମର୍ପଣ ଭାବ ନେ଼ଇ କାର୍ଯ୍ଯ କରିବାକୁ ପ୍ରେରଣା ଯୋଗାଇବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଥିବା ବେଳେ ଏହାର ଶ୍ରେୟ ସେ ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ, ବୟୋଜ୍ୟେଷ୍ଠ ପ୍ରିୟ ନେତା ସୁରେନ୍ଦ୍ର ନାଥ ନାୟକ, ପୁରୀ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ଙ୍କୁ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବେହେରା ଏହି ପୁରସ୍କାର ପାଇବା ପରେ କାକଟପୁର ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ଦଳ ରେ ଖୁସି ର ଲହରୀ ଖେଳି ଯାଇଛି। ମନ୍ତ୍ରୀ ଶ୍ରୀ ବେହେରା ଙ୍କୁ ନିଜ ଅଞ୍ଚଳ ଓ ସାରା ରାଜ୍ୟ ରୁ ଶୁଭେଛା ଓ ଅଭିନନ୍ଦନ ର ସୁଅ ଛୁଟୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ