ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ

ଭଞ୍ଜନଗର, (ସନ୍ତୋଷ ଜେନ। ): ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ବ୍ଲକ ର ବିଭିନ୍ନ ସ୍ଥାନରେ ଅନେକ ପ୍ରକଳ୍ପ ର ଉଦଘାଟନ କରିବାସହିତ ବିଭିନ୍ନ ସ୍ଥାନରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ l ଏହା ସହିତ ଜଗନ୍ନାଥପ୍ରସାଦ ବ୍ଲକ କୁ ରାଜ୍ୟ ରେ ଏକ ଅଗ୍ରଣୀ ବ୍ଲକ କରିବାପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବା ମଧ୍ୟ କହିଥିଲେ l ମନ୍ତ୍ରୀ ଶ୍ରୀ ଆରୁଖ ରୁଢାପଦର, ଖଇରନଟି, କନ୍ଧନୂଆପଲ୍ଲୀ ରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ର ଉଦ୍ଘାଟନ କରିଥବା ବେଳେ କଳିଙ୍ଗପଦର ରେ ମିଶନ୍ ଶକ୍ତି କୋଠା, ଖଇରନଟି ଓ କନ୍ଧନୂଆପଲ୍ଲୀ ରେ ଗ୍ରାମ୍ୟ କୋଠାଘର କୁ ଉଦ୍ଘାଟନ କରିଥିଲେ l ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ବେହେରା, ବିଡ଼ିଓ ଅନୁପ କୁମାର ପଣ୍ଡା, ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନ, ସମାଜସେବୀ ଶୂଳପାଣି ଶତପଥୀ, ବ୍ଲକ ସହକାରୀ ଯନ୍ତ୍ରୀ ଶ୍ୟାମଘନ ପ୍ରଧାନ ବିଭିନ୍ନ ସଭାରେ ଯୋଗଦେଇ ଉଦବୋଧନ ଦେଇଥିଲେ l ସଭା କୁ ଏମ. ପି ପ୍ରତିନିଧି ବିପ୍ର ଚରଣ ବାରିକ ସଂଯୋଜନା କରିଥିଲେ l ଯନ୍ତ୍ରୀ ନିହାର ରଞ୍ଜନ ସ୍ୱାଇଁ, ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ, ନିର୍ମଳ ନାୟକ, ମଧୁସୁଦନ କର, ଅମୀର ସ୍ୱାଇଁ, କୃଷ୍ଣ ଚନ୍ଦ୍ର ରଥ, ବିଚିତ୍ର ନାୟକ, ତୋଫାନୀ ବେହେରା, ରଶ୍ମିତା ମାଝୀ, ରାଜେନ୍ଦ୍ର ସ୍ୱାଇଁ, ଯଶୋବନ୍ତ ବଳବନ୍ତ ସାହାଣୀ, ବରୁଣ ବେହେରା, ପଦ୍ମଜା ପାତ୍ର, ସୁନିତା ନାୟକ ପ୍ରମୁଖ ବିଭିନ୍ନ ସଭାରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ