ମନ୍ଦିରରୁ ଚୋରି ଅଭିଯୋଗ

ତିର୍ତୋଲ, (ଅଭିଷେକ ତ୍ରିପାଠୀ ): ତିର୍ତୋଲ ଥାନା ଅଧୀନ କନକପୁର ଶାସନ ଗ୍ରାମ ଜାଗୁଳାଇ ଠାକୁରାଣୀ ମନ୍ଦିରରୁ ଚୋରି ହୋଇଥିବା ନେଇ ସ୍ଥାନୀୟ କନକପୁର ପୋଲିସ ଫାଣ୍ଡି ରେ ଅଭିଯୋଗ ହୋଇଛି l ଅଭିଯୋଗ ମୁତାବକ ମନ୍ଦିର ମାର୍ଫତ ଦାର ଧୀରେନ୍ଦ୍ର ବାରିକ ଙ୍କ ପତ୍ନୀ ୩ ତାରିଖ ସକାଳୁ ଏହି ମନ୍ଦିରକୁ ପୂଜା କରିବାକୁ ଯାଇଥିବାବେଳେ ଜାଗୁଳାଇ ଠାକୁରାଣୀ ଙ୍କ ମୁଖ ଗହ୍ବରରେ ସୁନା ମୁଦ୍ରିତ ଦୁଇ ଚକ୍ଷୁ ସେଠାରେ ନଥିବା ଦେଖିବାକୁ ପାଇଥିଲେ l ପରେ ଏ ସମ୍ପର୍କରେ ଗ୍ରାମବାସୀ ଙ୍କୁ ଜଣାଇଥିଲେ l କେହି ଅସାମାଜିକ ଦୁର୍ବୁତ୍ତ ଏହି ଚକ୍ଷୁ ଦ୍ବୟ କୁ ଚୋରି କରିଥିବା ନେଇ ମାର୍ଫତଦାର ଧୀରେନ୍ଦ୍ର ବାରିକ ଓ ଗ୍ରାମବାସୀ ମାନେ ସ୍ଥାନୀୟ କନକପୁର ପୋଲିସ ଫାଣ୍ଡିରେ ଅଭିଯୋଗ କରିଥିଲେ l ପୋଲିସ ତୁରନ୍ତ ଘଟଣାର ପର୍ଦାଫାଶ କରି ଅପରାଧୀ ଙ୍କୁ ଧରିବାକୁ ଜନସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ