ମନ୍ଦିର ପୂଜକମାନଙ୍କୁ ସହାୟତା ପ୍ରଦାନ କଲା ଏନ୍‌ଓସି ଫାଉଣ୍ଡେସନ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ଦେଶରେ ଲକଡାଉନ ଯୋଗୁଁ ଅଚଳାବସ୍ଥା ଦେଖା ଦେଇଛି । ମଠ, ମନ୍ଦିର, ସିନେମାହଲ, ପାର୍କି, ଶିକ୍ଷାନୁଷ୍ଠାନ ଲକ୍‌ଡାଉନ ର ପ୍ରଭାବରେ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଲକଡାଉନ୍ ଯୋଗୁଁ ଧାର୍ମିକ ଅନୁଷ୍ଠାନ ଦୀର୍ଘ ଦିନ ଧରି ବନ୍ଦ ରହିଛି । ମନ୍ଦିର ମାନଙ୍କରେ ୧୪୪ ଧାରା ମଧ୍ୟ ଲାଗୁ ହୋଇଛି । ଉକ୍ତ ମାନଙ୍କରେ ଦାନରେ ପରିବାର ପ୍ରତିପୋଷଣ କରୁଥିବା ପୂଜକ ମାନେ ରୋଜଗାର ହରାଇଲେଣି । ଭୋକ ଉପାସରେ ସେମାନଙ୍କ ର ଦିନ କଟୁଛି । ଏହି ଭଳି ଅସମୟରେ ପାରାଦ୍ୱୀପ ଅଂଚଳରେ ଥିବା ମନ୍ଦିର ର ପୂଜକ ମାନଙ୍କୁ ସହାୟତାର ହାତ ବଢେଇଛି ଦେଶର ଅଗ୍ରଣୀ ଅନୁଷ୍ଠାନ ଏନ୍‌ଓସି ଫାଉଣ୍ଡେସନ । ରବିବାର ଦିନ ସଂଗଠନର ଓଡିଶା ରାଜ୍ୟ ସଂଯୋଜିକା ଶୈଳେନ୍ଦ୍ରୀ ସେନାପତି ପାରାଦ୍ୱୀପ ରାମଘାଟ ଠାରେ ଥିବା ହନୁମାନ ମନ୍ଦିର, ମଧୁବନସ୍ଥିତ ଜଗନ୍ନାଥ ମନ୍ଦିର, ବୃନ୍ଦାବନ କଲୋନୀ ଶିବ ମନ୍ଦିର ସମେତ ବିଭିନ୍ନ ମନ୍ଦିର ପୂଜକମାନଙ୍କୁ ଚାଉଳ, ଡାଲି, ଚୂଡା, ମାସ୍କ ଓ ସାବୁନ ପ୍ରଦାନ କରିଥିଲେ । ମହାମାରୀ କରୋନା ସମୟରେ ସମସ୍ତେ ଘରେ ରହୁଥିବା ବେଳେ ମନ୍ଦିର ମାନଙ୍କରେ ଥିବା ପୂଜକ ମାନଙ୍କ କଥା ସମସ୍ତେ ଭୂଲିଯାଇଥିଲେ । ଏହିଭଳି ଅସମୟରେ ସହାୟତା ପ୍ରଦାନ କରିଥିବାରୁ ଏନଓସି ଫାଉଣ୍ଡେସନଙ୍କୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ