ମମତାଙ୍କ ସୁରକ୍ଷା ମୁଖ୍ୟ ବିବେକ ସହାୟଙ୍କୁ ନିଲମ୍ବନ କଲେ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ, ( (ୱାଇଏନ୍ଏସ୍): ମମତା ବାନାର୍ଜୀଙ୍କ ସହ ଘଟିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ନିର୍ଦ୍ଦେଶକ ବିବେକ ସହାୟଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏହା ସହ ପୂର୍ବ ମେଦିନପୁରର ଜିଲ୍ଲାପାଳଙ୍କୁ ହଟାଇଦିଆଯିବା ସହ ଏସପିଙ୍କୁ ମଧ୍ୟ ହଟାଇ ଦିଆଯାଇଥିବା ଜଣାପଡ଼ିଛି। ନିର୍ବାଚନ ପ୍ରଚାର ପାଇଁ ନନ୍ଦିିଗ୍ରାମ ଯାଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବା ପରେ ରାଜନୈତିକ ଉତ୍ତେଜନା ଦେଖାଦେଇଥିଲା। ଏହି ପରିପ୍ରେକ୍ଷୀରେ ଟିଏମସି ନେତାମାନେ ନିର୍ବାଚନ ଆୟୋଗ (ଇସି) କୁ ଭେଟି ନ୍ୟାୟଯୁକ୍ତ ତଦନ୍ତ ଦାବି କରିଥିଲେ। ଏହା ପରେ ରବିବାର ଦିନ ଏହି ପ୍ରସଙ୍ଗରେ ଆୟୋଗ ଏକ ସ୍ୱତନ୍ତ୍ର ବୈଠକ ଡକାଇଥିଲେ। ଆଜିର ଏହି ବୈଠକ ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ।