ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଏକ ମରଣାନ୍ତଙ୍କ ଆକ୍ରମଣ ମାମଲାରେ ପୋଲିସର ଉଦାସୀନତା ବିରୋଧରେ ମଙ୍ଗଳବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।ମାମଲାରୁ ପ୍ରକାଶ ଯେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଚାଟରାପାଟଣା ଗ୍ରାମର ପ୍ରତାପ କୁମାର ମହାନ୍ତି ଜିଲ୍ଲାପାଳଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାଇ ତାଙ୍କର ବଡ ଭାଇ ଦିଲ୍ଲିପ କୁମାର ମହାନ୍ତି ଗତ ସେପ୍ଟେମ୍ବରମାସ ୨୨ତାରିଖ ରାତି ସାଢେ ୧୦ଟା ସମୟରେ ଘରକୁ ଫେରୁଥିବା ବେଳେ ଚାଟରାପାଟଣାଉ ଗ୍ରାମର ଦୁର୍ଗାଦେବୀ ମନ୍ଦିର ନିକଟରେ ସେହି ଗ୍ରାମର ଦୁଇଜଣ ବ୍ୟକ୍ତି କେତେକ ଅସାମାଜିକ ଯୁବକଙ୍କୁ ମେଳି କରି ତାଙ୍କ ଭାଇଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଦିଲ୍ଲିପଙ୍କ ମୁଣ୍ଡକୁ ଏକ ଲୁହାରଡରେ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ଏଥିସହିତ ଦୁର୍ବୁତ୍ତମାନେ ଦିଲ୍ଲିପଙ୍କ ବେକରୁ ଏକ ସୁନାଚେନ ଓ ଏକ ରୂପାଚେନ ଛିଣ୍ଡାଇ ନେବା ସହ ଦିଲ୍ଲିପଙ୍କ ପକେଟରୁ ୫ହଜାର ଟଙ୍କା ନେଇଯାଇଥିଲେ । ଏହାବ୍ୟତିତ ସେମାନେ ଦିଲ୍ଲିପଙ୍କୁ ୫୦ହଜାର ଟଙ୍କା ଦାଦାବଟି ମାଗିବା ସହ ପୁନର୍ବାର ଏକ ଭୂଜାଲୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦିଲ୍ଲିପଙ୍କ ପରିବାରକୁ ଜୀବନରୁ ମାରି ଶେଷ କରିଦେବାକୁ ମଧ୍ୟ ସେମାନେ ଧମକ ଦେଇଥିଲେ । ଖବର ପାଇ ଦିଲ୍ଲିପଙ୍କ ଭାଇ ପ୍ରତାପ ଘଟଣାସ୍ଥଳରେ ପହଞ୍ଚି ଅଚେତ ଅବସ୍ଥାରେ ତଳେ ପଡିଥିବା ତାଙ୍କ ଭାଇ ଦିଲ୍ଲିପକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏହାପରେ ପ୍ରତାପ କେନ୍ଦ୍ରାପଡା ଟାଉନ ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ସେହି ଅଭିଯୋଗକୁ ଭିତ୍ତିକରି ଟାଉନ ଥାନା କେଶ ନମ୍ବର-୨୦୩/୨୦୨୪ରେ ଭାରତୀୟ ନ୍ୟାୟ ସଂହିତାର ୧୨୬(୨), ୨୯୬, ୩୦୮(୩), ୩୦୩(୨), ୧୦୯, ୧୧୫(୨), ୩୫୧(୩) ଓ ୩(୫) ଦଫାରେ ମାମଲା ରୁଜୁ କରିଥିଲେ ବି ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରୁନଥିବା ପ୍ରତାପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଫଳରେ ଅଭିଯୁକ୍ତମାନେ ତାଙ୍କ ଭାଇଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ପ୍ରତାପ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ